ବାଲିଗୁଡା/୨୬/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସିର୍ତିଗୁଡ଼ା ପଞ୍ଚାୟତ ଗୁଞ୍ଜିଗାଁରେ ପାରମ୍ପରିକ ଖାଦ୍ୟମେଳା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ହାର୍ଟ ସଂସ୍ଥା ପକ୍ଷରୁ ସଂପାଦକ ପ୍ରମୋଦ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ବିଭିନ୍ନ ପାରମ୍ପରିକ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କ.ନୂଆଗାଁ ବ୍ଲକ୍ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ ଯୋଗଦେଇ ଉତ୍ସବକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ |
ଏପରି ଖାଦ୍ୟ ଉତ୍ସବ ମାଧ୍ୟମରେ ଗ୍ରାମୀଣ ଅଞ୍ଚଳର ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ହେବା ସହିତ ମହିଳାମାନଙ୍କ ଆର୍ଥିକ ଉନ୍ନତି ହୋଇ ପାରିବ ବୋଲି ବିଡ଼ିଓ କହିଛନ୍ତି | ଏଥିସହ ବିହନ ସଂଗ୍ରହାଳୟ ମଧ୍ୟ ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ.ନୂଆଗାଁର ଅତିରିକ୍ତ ତହସିଲଦାର ମଧୁସ୍ମିତା ପ୍ରଧାନ,କୃଷି ଅଧିକାରୀ, ଉଦ୍ୟାନ କୃଷି ,ମୂର୍ତ୍ତିକା ସଂରକ୍ଷଣ, ସମ୍ୱନ୍ୱିତ ଶିଶୁ ବିକାଶ ଅଧକାରୀ, ସୁପରଭାଇଜର ଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ବିଭିନ୍ନ ଅନୁଷ୍ଠାନ ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ। ବିଭିନ୍ନ ଷ୍ଟଲ୍ ରେ ଭଳିକି ଭଳି ପିଠା, ମାଣ୍ଡିଆ ପ୍ରସ୍ତୃତ ଖାଦ୍ୟ, ଆଢିଶା, କାକରା,ମିଠା ଓ ପୃଷ୍ଟିକର ପାରମ୍ପାରିକ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା। ଅତିଥିମାନେ ଷ୍ଟଲ୍ ଗୁଡ଼ିକ ପରିଦର୍ଶନ କରି ମହିଳାମାନଙ୍କୁ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ମାନେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଆୟୋଜକଙ୍କ ପକ୍ଷରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା।
Recent Comments