ବଲାଣି/ବଡବିଲ/୨୬/୩/୨୬/(ଆଧାର ମିଡିଆ /ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣିଅଞ୍ଚଳ ବଲାଣି ଟାଉନ୍ ସିପ ସ୍ଥିତ ଜେଏନ୍ ଅର୍ ସି ପ୍ରାଙ୍ଗଣରେ ଡି ଏ ଭି ବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ “ନବୋତ୍ସବ” ଗତ ବୁଧବାର ଦିନରେ ହର୍ଷୋଲ୍ଲାସର ସହିତ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଣି ଲୌହ ଖଣିର ମୁଖ୍ୟ ମହାପ୍ରବନ୍ଧକ ମଲ୍ଲା ଶ୍ରୀନିବାସୁ ଉପସ୍ଥିତ ଥିଲେ। ଅତିଥି ଭାବେ ବଲାଣି ମହିଳା ସମିତିର ସଭାପତି ଶ୍ରୀମତୀ ଉଷା ମଲ୍ଲା ଉପସ୍ଥିତ ଥିଲେ। ବିଶିଷ୍ଟ ଅତିଥି ଭାବେ ଖଣିର ବିଭିନ୍ନ ବିଭାଗର ଅଧିକାରୀ ରାହୁଲ ରାଜ ମଣ୍ଡଳ (ପ୍ରୋଜେକ୍ଟ), ସଞ୍ଜୀବ କୁମାର (ସିଭିଲ), ଗୋପୀ ବଲ୍ଲଭ କର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଆମନ୍ତ୍ରିତ ଅତିଥିମାନଙ୍କ ହାତରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳ ୟର ପ୍ରଧାନାଚାର୍ଯ୍ୟ ଶ୍ରୀ ପ୍ରଭାକର ମହାନ୍ତି ବିଦ୍ୟାଳୟର ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ଓ ନାଟକ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଗତ ବର୍ଷରେ ପାଠପଢ଼ା, କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବାର ଦେଖିବାକୁ ମିଳିଛି।
Recent Comments