ବୌଦ୍ଧ/୨୮/୦୨/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧ ଜିଲ୍ଲା ସିଭିଲ ଏଣ୍ଡ କ୍ରିମିନାଲ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇ ଯାଇଛି । ସିଭିଲ୍ ଏଣ୍ଡ୍ କ୍ରିମିନାଲ ଓକିଲ ସଂଘର ସଭାପତି ଭାବେ ଶାନ୍ତନୁ କୁମାର ମହାପାତ୍ର,ଉପ ସଭାପତି ଭାବେ ନିକୁଞ୍ଜ ମାଧବ ବେହେରା, ସମ୍ପାଦକ ଭାବେ ବିଭୁ ପ୍ରସାଦ କ୍ଷେତି, ସହ ସମ୍ପାଦକ ଭାବେ ବିକାଶ ରଞ୍ଜନ ସାହୁ, କୋଷାଧ୍ୟକ୍ଷ ଭାବେ ସୁମିତା ରାଜ ଓ ଲାଇବ୍ରେରୀ ସେକ୍ରେଟାରୀ ଭାବେ ପ୍ରଭୁଦତ୍ତ ଦଲାଲ୍ ନିର୍ବାଚିତ ହୋଇଛନ୍ତି । ଏହା ସଙ୍ଗେ ସଙ୍ଗେ ସଂଘର କାର୍ଯ୍ୟକାରୀ ସଦସ୍ୟ ରୂପେ ସଚ୍ଚିଦାନନ୍ଦ ଦଲାଲ୍, ଚନ୍ଦ୍ର ଶେଖର ପାଢ଼ୀ, କୃଷ୍ଣ ଚନ୍ଦ୍ର ମେହେର, ମୋନରଞ୍ଜନ ଦାଶ, ରିତାଞ୍ଜଳି ପ୍ରଧାନ, ପ୍ରଭାତୀ ପାଣିଗ୍ରାହୀ ଏବଂ ସୁଭଦ୍ରା ପାତ୍ର ମନୋନୀତ ହୋଇଛନ୍ତି । ସଂଘର ନିର୍ବାଚନ ଅଧିକାରୀ କୃଷ୍ଣଚନ୍ଦ୍ର ମେହେର ସମସ୍ତ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିଲେ ।
Recent Comments