logo
add image
ଅବସର ପ୍ରାପ୍ତଙ୍କୁ ପେନସନ ପ୍ରଦାନ.

ଅବସର ପ୍ରାପ୍ତଙ୍କୁ ପେନସନ ପ୍ରଦାନ.

ପୁରୀ/୧/୪/୨୦୨୬/(ଆଧାର ମିଡ଼ିଆ)- ପୁରୀ ଜିଲ୍ଲା ଶିକ୍ଷ୍ୟାଧିକରୀଙ୍କ ତତ୍ୱାବଧାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ -୨୦୨୬ ମାର୍ଚ୍ଚ ମାସରେ ଅବସର ନେଇଥିବା ୬ ଜଣ କର୍ମଚାରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ ମାସର ଶେଷ ଦିବସରେ ସେମାନଙ୍କର ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କରିଛନ୍ତି ! ଶ୍ରୀଯୁକ୍ତ ପାଢ଼ୀ କର୍ମଚାରୀଙ୍କୁ ଅବସରଦିନ ସେମାନଙ୍କର ପୂର୍ଣ୍ଣାଙ୍ଗ ପେନସନ ଦେବାପାଇଁ ସବୁବେଳେ ଚେଷ୍ଟିତ ! ଏହାଦ୍ୱାରା ଜିଲ୍ଲାର ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ଆନନ୍ଦ ସୃଷ୍ଟି କରିବା ସହିତ ଶିକ୍ଷ୍ୟାଧିକରୀଙ୍କ ଉଦ୍ୟମ ପ୍ରଶଂସନୀୟ ଅଟେ ! ଅବସର ଗ୍ରହଣ କରିଥିବା ଶିକ୍ଷକ ଓ   କର୍ମଚାରୀ ମାନେ ହେଲେ ଧରଣୀଧର ନୟକ (ସହକାରୀ ଶିକ୍ଷକ), ଜିତେନ୍ଦ୍ର କୁମାର ବିଶ୍ୱାଳ (କନିଷ୍ଠ କିରାଣୀ ),ସନ୍ତୋଷ କୁମାର ପ୍ରଧାନ (କନିଷ୍ଠ କିରାଣୀ), ସୁରେନ୍ଦ୍ର କୁମାର ନୟକ (କନିଷ୍ଠ କିରାଣୀ), ମୁକୁନ୍ଦ ଜେନା ଓ ଗୌରାଙ୍ଗ ବରାଳ (୪ର୍ଥ ଶ୍ରେଣୀ କର୍ମଚାରୀ ) 

Recent Comments

Leave Comments

Top