logo
add image
କଣିହାଁରେ ଜିଲାପାଳନଙ୍କ ମିଳିତ ଜନସୁଣାଣି ଅନୁଷ୍ଠିତ 

କଣିହାଁରେ ଜିଲାପାଳନଙ୍କ ମିଳିତ ଜନସୁଣାଣି ଅନୁଷ୍ଠିତ 

କଣିହାଁ/0୬/0୪/୨0୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ପଞ୍ଚାୟତ ସମିତିର ପବିତ୍ର ମୋହନ ସଭା ଗୃହଠାରେ ସମୋବାର ଅନୁଗୋଳ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ଅନୁଷ୍ଠିତ ହୋଇଯାଇଛି. ଜିଲ୍ଲାପାଳ ଅବ୍ଦାଲ ଏମ୍ ଅଖତରଙ୍କ ଉପସ୍ଥିତିରେ ମୋଟ ୮୩ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ବ୍ୟକ୍ତିଗତ ୫୭ ଟି ଓ ଗ୍ରାମ୍ୟ ଭିତ୍ତିକ ୨୬ଟି  ଏବଂ ଶିବିର ସ୍ଥଳରେ ତୁରନ୍ତ ୯ଟି ଅଭିଯୋଗର ଫଏସଲା   କରାଯାଇଥିଲା । ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ପାଞ୍ଚଜଣଙ୍କୁ ଯଥା ବୁରୁକୁନା ପଞ୍ଚାୟତର ରାଜେନ୍ଦ୍ର ବେହେରା ଓ କୁମ ବାରିକ ଉଭୟଙ୍କୁ କର୍କଟ ରୋଗର ଚିକିତ୍ସା ନିମନ୍ତେ ୭,୫୦୦ ଟଙ୍କା ଲେଖାଏଁ ୧୫000 ଟଙ୍କା ଏବଂ ବଜ୍ରକୋଟ ପଞ୍ଚାୟତର ନିରଞ୍ଜନ ନାଏକ ଏବଂ ତ୍ରିଲୋଚନ ବିଶି ଉଭୟଙ୍କୁ କିଡନୀ ରୋଗର ଚିକିତ୍ସା ନିମନ୍ତେ ୧୫,୦୦୦ ଟଙ୍କା ଲେଖାଏଁ ୩0000 ଟଙ୍କା ଏବଂ ବିଜିଗୋଳ ପଞ୍ଚାୟତ ର କାଳନ୍ଦୀ ଚରଣ ଦାସଙ୍କୁ ଚିକିତ୍ସା ନିମନ୍ତେ ୫୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା।
ଅଭିଯୋଗ ମୁଖ୍ୟତଃ ଗ୍ରାମ୍ୟ ସମସ୍ୟା, କଳକାରଖାନା ଦ୍ଵାରା ଅଧିଗୃହୀତ କ୍ଷତିଗ୍ରସ୍ତ ପ୍ରଜାଙ୍କ ନିଯୁକ୍ତି ଏବଂ ଥଇଥାନ ସମସ୍ୟା, ଜମିଜମା ସମ୍ବନ୍ଧରେ, ରାସ୍ତାଘାଟ ମରାମତି , ପିଇବା ପାଣି, ଭତ୍ତା, ରାସନକାର୍ଡ, ଘର ଏବଂ ବ୍ୟକ୍ତି ଗତ ସମ୍ବନ୍ଧରେ ଆସିଥିଲା । ଏଥିରେ ଉପସ୍ଥିତ ଥିଲେ ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ,ମୁଖ୍ୟ ଜିଲା ଚିକିତ୍ସା ଅଧିକାରୀ ମଦନ ମୋହନ ପ୍ରଧାନ,ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହାନ୍ତ ,ଉପଜିଲ୍ଲାପାଳ ତାଳଚେର ଆଶିଷ ରଞ୍ଜନ ସାହୁ,କଣିହାଁ ବିଡିଓ ତ୍ରିବିକ୍ରମ କୁମୁରା, ତହସିଲଦାର ଚିନ୍ମୟ ଦାସ  ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Recent Comments

Leave Comments

Top