logo
add image
ଖୁଲମ ଖୁଲା ମଦ ବିକ୍ରି : ଅବକାରୀ ବିଭାଗ ନିରବଦ୍ରଷ୍ଟା।

ଖୁଲମ ଖୁଲା ମଦ ବିକ୍ରି : ଅବକାରୀ ବିଭାଗ ନିରବଦ୍ରଷ୍ଟା।

ଭଟଲି,୨୬/୧୦/୨୦୨୪(ଆଧାର ମିଡ଼ିଆ)ନିଶାମୁକ୍ତ ମଦମୁକ୍ତ ଗ୍ରାମ ପାଇଁ ବିଭିନ୍ନ ଅଞ୍ଚଳରେ କିଛି ସମାଜସେବୀ ସଂଗଠନ ଆହ୍ୱାନ ଦେଉଥିବା ବେଳେ ବରଗଡ ଜିଲ୍ଲା ଭଟଲି ଏବେ ମଦ ବିକ୍ରେତାଙ୍କ ଅକ୍ତିଆରରେ।ଭଟଲି ଗାଁ ମୁଣ୍ଡରୁ ଆରମ୍ଭ କରି ଶେଷ ଯାଏଁ ସବୁଆଡେ ଅବାଧରେ ବିକ୍ରି ହେଉଛି ମଦ। ଆଶ୍ଚର୍ଯ୍ୟର କଥା ତାହା ପୁଣି ମୁଖ୍ୟ ରାସ୍ତା ଉପରେ ଅନେକ ଯାଗାରେ ଖୋଲମଖୁଲା ବିନା ଲାଇସେନ୍ସଧାରୀ କୁଚିଆଙ୍କ ମଦବିକ୍ରି ଚାଲିଛି କିନ୍ତୁ ଅବକାରୀ ବିଭାଗ  ନିରବଦ୍ରଷ୍ଟା ସାଜିଛି।କିଛି ମଦ ଦୋକାନ ପାଖରେ ଘର ଥିବାରୁ ସବୁବେଳେ ମଦ୍ୟପମାନଙ୍କ ଖରାପ ଭାଷାରେ ପାଟିତୁଣ୍ଡ ତଥା ତାଙ୍କ କାର୍ଯ୍ୟକଳାପ ଯୋଗୁଁ ସେହି ପରିବାରମାନେ ଅତିଷ୍ଠ ହୋଇପଡିଲେଣି।ତାଙ୍କ ଘରର ଝିଅ ବୋହୁମାନେ ଘରୁ ବାହାରିବା କଷ୍ଟକର ହୋଇପଡିଲାଣି।ଏଠି କଥା ରହିଲା ଏମାନେ ଅଭିଯୋଗ କରିବେ ତ କାହାକୁ ? କାରଣ ଅବକାରୀ ବିଭାଗର ଜାଣତରେ ସେ ସବୁ କାରୋବାର ଚାଲିଛି ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଯୋର ଧରିଛି। ଯଦି କୌଣସି କାଳରେ ସେହି ପରିବାରର ସଦସ୍ୟ ବୃନ୍ଦ ମାନଙ୍କ ସହିତ କୌଣସି ମଦ୍ୟପ ଦ୍ୱାରା କିଛି ଅଘଟଣ ଘଟିଯାଏ ତେବେ - ତାହାର ଦାୟିତ୍ୱ ନେବ କିଏ ? କେବଳ ଏତିକି ନୁହେଁ ଏହି ରାସ୍ତାରେ ପ୍ରତ୍ୟହ ସଂଧ୍ୟା ସମୟରେ ସ୍କୁଲ ଛାତ୍ରୀମାନେ ମଧ୍ୟ ଟିଉସନ ରୁ ଫେରିଥାଆନ୍ତି , ସେମାନେ କେତେଦୂର ସୁରକ୍ଷିତ ବୋଲି ବୁଦ୍ଧିଜିବୀ ମହଳରେ ଚର୍ଚ୍ଚା ଜୋର ଧରିଛି।ଖୋଲମଖୁଲା ବିନା ଲାଇସେନ୍ସଧାରୀ କୁଚିଆ ମଦବିକ୍ରିକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରିବାକୁ ଜନସାଧାରଣରେ ଦାବୀ ହେଉଛି।ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀରେ ଏହି ବିଷୟରେ କିଛି ଲୋକ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅବକାରୀ ବିଭାଗ ତତ୍ପର ହୋଇ କୁଚିଆ ମଦ ଦୋକାନ ଉପରେ ଛାପା ମାରିଥିବା ଖବର ମିଳିଛି । କିନ୍ତୁ ଅବକାରୀ ବିଭାଗ ଏବଂ ବେପାରୀଙ୍କ ମଧୁଚନ୍ଦ୍ରୀକା ଯୋଗୁଁ ପୂର୍ବ ସୂଚନା ପାଇ ତାହା ବନ୍ଦ ଥିବା ଦେଖି ଫେରିଯାଇଥିବା ଦେଖିବାକୁ ମିଳିଛି। ଶାସକ ଦଳର ନିଶାମୁକ୍ତ ଦୁର୍ନିତୀମୁକ୍ତ ଓଡ଼ିଶା ପାଇଁ ଦେଖିଥିବା ସ୍ବପ୍ନ ପ୍ରତି କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Recent Comments

Leave Comments

Top