ବଲାଙ୍ଗୀର,୨୯/୧୦/୨୦୨୪(ଆଧାର ମିଡ଼ିଆ)ବଲାଙ୍ଗୀରର ଅଗ୍ରଣୀ ସମାଜ ସେବି ସଂଗଠନ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ତାର ବାର୍ଷିକ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ କରିଛି। ଯେଉଁଥିରେ ଏହି ସଂଗଠନ ଭିନ୍ନ କ୍ଷମ ଶିଶୁଙ୍କୁ ଓ ଅସହାୟଙ୍କୁ ନେଇ ସମର୍ପଣ ଉତ୍ସବ ପାଳନ କରିଛି ଏବଂ ଭିନ୍ନ କ୍ଷମ ଶିଶୁଙ୍କ ମନୋରଞ୍ଜନ ପାଇଁ ଏକ ବିରାଟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା ବଲାଙ୍ଗୀର ସ୍ବେଛାସେବୀ ସଂଘଠନ । ବଲାଙ୍ଗୀର ସ୍ଥାନୀୟ କୋଶଳ କଲାମଣ୍ଡଳ ପଡ଼ିଆରେ ଏହି ସମର୍ପଣ ଉତ୍ସବ ପାଳନ କରିଥିଲା ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ।ଏଥିରେ ଅତିଥି ଭାବରେ ଓଲିଉଡ ଷ୍ଟାର ଅଭିନେତା ବବି ମିଶ୍ର, ସମ୍ବଲପୁରୀ ରକଷ୍ଟାର ରୁକୁ ସୁନା, ମୁଖ୍ୟ ଅତିଥି ପୌରଧକ୍ଷା ଳିକା ସାହୁ, ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ସରିତା ବାଗ,ଦେଓଗାଁ ବ୍ଲକ ଅଧ୍ୟକ୍ଷ ମଣ୍ଟୁ ଖମାରୀ, ବିଜେଡ଼ି ନେତା ଲୋଟସ ଷଡ଼ଙ୍ଗୀ, କଂଗ୍ରେସ ଯୁବ ନେତା ଆକବର ଖାନ୍,ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ,ସଂଗଠନର ଉପଦେଷ୍ଟା ମଣ୍ଡଳୀ ଟୁନା ମିଶ୍ର, କିଶୋର ରଥ, ଉତ୍ତମ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବଲାଙ୍ଗୀର ଜଗତ ବନ୍ଧୁ ଶିକ୍ଷା ନିକେତନ ସାଲେପାଲି,ପାର୍ବତୀଗିରି ଆଶ୍ରମ ପଥରଚେପା ଆଦ୍ୟାଶା ଆଶ୍ରମ ପଥରଚେପା ଅନ୍ଧ ମୁଖ ବଧିର ସେବା ନିକେଥନ ଶିବତଲା,ତରଭାର ଶତାଧିକ ଛାତ୍ର ଛାତ୍ରୀ ଏଥିରେ ସାମିଲ ହୋଇଥିଲେ।ତେବେ ଭିନ୍ନ କ୍ଷମ ଶିଶୁ ମାନଙ୍କ ପାଇଁ ଏଠି ସାମିଲ ହୋଇଥିବା ଓଲିଉଡ ଷ୍ଟାର ବବି ମିଶ୍ର ଓ ସମ୍ବଲପୁରୀ ରକ୍ ଷ୍ଟାର ରୁକୁ ସୁନା ଓ ତାଙ୍କ ଟିମ୍ ଗୀତ ନାଚ ପରିବେଷଣ କରିଥିଲେ।ସେହିପରି ଉପସ୍ଥିତ ହଜାର ହଜାର ଦର୍ଶକ,ବିଭିନ୍ନ ସଙ୍ଗଠନର ସଦସ୍ୟ ଏହି ସମର୍ପଣ ସନ୍ଧ୍ୟାରେ ସମ୍ବଲପୁରୀ ସଙ୍ଗୀତର ବେଶ ମଜା ଉଠାଇ ଥିଲେ।ତେବେ ବଲାଙ୍ଗୀର ସ୍ଵେଛା ସେବି ସଂଗଠନ ଦୀର୍ଘ ବର୍ଷ ହେବ ସମାଜ ସେବାରେ ନିଜକୁ ନିୟୋଜିତ କରି ଆସିଛି। ଯେଉଁଥିରେ ଗରିବ ଲୋକଙ୍କୁ ସବୁ ପ୍ରକାରର ସହାୟତା କରି ଆସିଛି। ସେହିପରି ଅସହାୟ ମୁହଁରେ ହସ ଫୁଟାଇବା ପାଇଁ ଏହି ସଂଗଠନ ଅନବରତ ଚେଷ୍ଟା ଜାରି ରଖି ସେବା ଯୋଗାଇ ଦେଇ ଆସିଛି।ଜିଲ୍ଲା ଓ ଜିଲ୍ଲା ବାହାରେ ବିପଦ ଆପାଦରେ ଲୋକଙ୍କ ପାଖରେ ସବୁ ବେଳେ ଛିଡା ହୋଇ ଏହି ସଂଗଠନ ନିଃସ୍ଵାର୍ଥପର ସେବା ଯୋଗାଇ ଦେଇ ଆସିଛି। ସମାନ ଭାବରେ ଲୋକଙ୍କ ହକ ଦାବି ପାଇଁ ମଧ୍ୟ ଲୋକଙ୍କ ସହ ଛିଡା ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛି ଏହି ସଂଗଠନ।
Recent Comments