logo
add image
ଲୋକାର୍ପିତ ହେଲା ଅଟ୍ରି ପାସେଞ୍ଜର ହଲ୍ଟ ।

ଲୋକାର୍ପିତ ହେଲା ଅଟ୍ରି ପାସେଞ୍ଜର ହଲ୍ଟ ।

ଖୋର୍ଦ୍ଧା,୩୦/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ) ବଡ଼ ଧୁମ୍ ଧାମରେ ଉଦଘାଟନ ହେଲା ଅଟ୍ରି ପାସେଞ୍ଜର ହଲ୍ଟ।ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଖୋର୍ଦ୍ଧା ଟାଉନ,ବେଗୁନିଆ ଷ୍ଟେସନ ମଧ୍ୟରେ ନୂତନ ଭାବେ ନିର୍ମାଣ ହୋଇଥିବା ଅଟ୍ରି ପାସେଞ୍ଜର ହଲ୍ଟ, କୁ ବୁଧବାର ଅପରାହ୍ନରେ ଉଦଘାଟନ କରାଯାଇଛି।ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବରେ ସ୍ଥାନ ପାଇଥିବ ଅଟ୍ରି ଉଷ୍ମ ପ୍ରସବାଣ କୁ ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକ ମାନେ ଭ୍ରମଣରେ ଆସୁଥିବା ନେଇ ଟ୍ରେନ ରହଣି ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇ ଆସୁଥିଲା।ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ରେଳ ବିଭାଗ ର ଖୋର୍ଦ୍ଧା ଡିଭିଜନ ଡି ଆର ଏମ,ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ।ସମସ୍ତ ଅତିଥି ମାନେ ପତାକା ଦେଖାଇ ଏହି ଠାରୁ ଟ୍ରେନକୁ ଶୁଭାରମ୍ଭ କରିଥିଲେ।ଏହିଠାରେ ଭଦ୍ରକ ଦଶପଲ୍ଲା , ଭଦ୍ରକ ଭୁବନେଶ୍ୱର,ଦଶପଲ୍ଲା ଭୁବନେଶ୍ୱର, ପୁରୀ ଦଶପଲ୍ଲା ପୁରୀ ତିନୋଟି  ପାସେଞ୍ଜର ଟ୍ରେନ ଚଳାଚଳ ସମୟରେ ୧ମିନିଟ ରହଣି କରିବା ପାଇଁ ନିର୍ଣ୍ଣୟ କରାଯାଇଛି। ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିକୁ ଗୁରୁତ୍ୱ ଦେଇ ପୂର୍ବତଟ ରେଳ ବିଭାଗ ଏହି ପାସେଞ୍ଜର ହଲ୍ଟ ନିର୍ମାଣ କରଜାଇଛି।ଏହି ଷ୍ଟେସନ ଦ୍ୱାରା ସ୍ଥାନୀୟ ଅଞ୍ଚଳର ବିକାଶ ହେବ। ବିଶେଷକରି ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ଣପ୍ରସବଣର ବିକାଶ ହେବ,ସୁଦୂର ପ୍ରସାରୀ ହେବ,ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଅତିଥି ମାନେ କହିଥିଲେ।ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ଏବଂ ଗମନା ଗମନରେ ଏକ ବଡ଼ ମାଧ୍ୟମ ସାଜିବ ଏହି ଷ୍ଟେସନ ବୋଲି ସ୍ଥାନୀୟ ଅଞ୍ଚଳରେ ଭରସା କରାଯାଇଛି।ଷ୍ଟେସନ ଉଦଘାଟନ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି।ଏଥିପାଇଁ ପୂର୍ବତନଟ ରେଳ ବିଭାଗ,ସାଂସଦ ଅପରାଜିତା,ସ୍ଥାନୀୟ ବିଧାୟକ ଶ୍ରୀ ସାହୁ ଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଂଚଳ ବାସି।

Recent Comments

Leave Comments

Top