logo
add image
ବିବାଦ ଘେରରେ ବୋଲଗଡ଼ ତହସିଲଦାର ଛନ୍ଦି ହେଉଛନ୍ତି ସାଧାରଣ ଲୋକେ।

ବିବାଦ ଘେରରେ ବୋଲଗଡ଼ ତହସିଲଦାର ଛନ୍ଦି ହେଉଛନ୍ତି ସାଧାରଣ ଲୋକେ।

ଖୋର୍ଦ୍ଧା,୬/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ) ଖୋର୍ଦ୍ଧାଜିଲ୍ଲା ବୋଲଗଡ ତହସିଲ କାର୍ଯ୍ୟାଳୟ ବର୍ତ୍ତମାନ ବିବାଦ ଘେରରେ ଚାଲିଛି।ଏହାର ପ୍ରମୁଖ କାରଣ ହେଉଛି ତହସିଲଦାର ଓ ଓକିଲ ସଂଘ ମଧ୍ୟରେ ଚାଲିଥିବା ବିବାଦ।ଏଠାରେ ସୂଚନା ଯୋଗ୍ୟ ଯେ ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ସମୟରେ ଜନୈକ ମହିଳାଙ୍କୁ ଦୁଃବ୍ୟବହାର ପଦର୍ଶନକୁ ନେଇ ଭିଡିଓ ଭାଇରାଲ ହେବାପରେ ରାତି ଅଧିଆ ତହସିଲଦାର ନିବେଦିତା ପରିଡାଙ୍କୁ ବୋଲଗଡ ତହସିଲକୁ ବଦଳି କରାଯାଇଥିଲା।ଗତବର୍ଷ ଅକ୍ଟୋବର ୬ତାରିଖରେ କାର୍ଯ୍ୟରେ ଯୋଗଦେବାଠାରୁ ଏଠାରେ ମଧ୍ୟ ସେଇ ପୁରୁଣା ଅଭ୍ୟାସକୁ ଦୋହରାଇ ବିବାଦ ଘେରରେ ରହିଛନ୍ତି।ବୋଲଗଡ ଓକିଲ ସଂଘର କୋଷାଧ୍ୟକ୍ଷ ପୁରୁଷୋତ୍ତମ ସୁବୁଦ୍ଧି ଏକ ସତ୍ୟପାଠର ପ୍ରମାଣପତ୍ର କରିବାକୁ ଯାଉଥିବା ସମୟରେ ତାଙ୍କୁ ମଧ୍ୟ ତହସିଲଦାର ଦୁଃବ୍ୟହାର ପଦର୍ଶନ କରିବା ସହିତ ଧମକ ଚମକ ଦେଇ ବୋଲଗଡ ଥାନାରେ ଏତଲା ଦେଇଥିଲେ।ଏହାକୁ ନେଇ ବୋଲଗଡ ଓକିଲ ସଂଘ ପକ୍ଷରୁ ମଧ୍ୟ ତହସିଲଦାରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ।ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାନାମ୍ବର ମାଝିଙ୍କୁ ମଧ୍ୟ ଖରାପ ବ୍ୟବହାର ପ୍ରଦର୍ଶନ କରି ତହସିଲ କାର୍ଯ୍ୟାଳୟକୁ ତଡି ଦେଇଥିବା ଅଭିଯୋଗ ରହିଛି। ସେହିଦିନ ଠାରୁ ତହସିଲଦାର ନିବେଦିତା ପରିଡା ବିବାଦ ଘେରରେ ରହିଛନ୍ତି।ଯାହାଫଳରେ ଜନସାଧାରଣଙ୍କର ସତ୍ୟପାଠ, ମ୍ୟୁଟେସନ, ପଟ୍ଟାସମ୍ବନ୍ଧୀୟ,ଜମିଜମା ରେଜିଷ୍ଟସନ ସମ୍ବନ୍ଧୀୟ ଓକିଲମାନଙ୍କ ଦ୍ୱାରା ହେଉଥିବା କାର୍ଯ୍ୟ କରିବାପାଇଁ ଗଲାବେଳେ ଏହାକୁ ଅଣଦେଖା କରୁଥିବା ଓକିଲ ସଂଘର ସମ୍ପାଦିକା ଗୈାରୀ ଦେବୀ ଅଭିଯୋଗ କରିଛନ୍ତି ।ଏହା ବିରୁଦ୍ଧରେ ବୋଲଗଡ ଓକିଲ ସଂଘ ପକ୍ଷରୁ ଗତ ଜୁଲାଇ ମାସ ୧ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ସମୟରେ ତହସିଲଦାରଙ୍କ ବଦଳିପାଇଁ ଅଭିଯୋଗ କରିଥିଲେ ।ଏହାର ନଂ ହେଲା-ଆରଇଭି -୦୬୧-୬୧୧ ଅଟେ ।ଏହି ଅଭିଯୋଗର ତଦନ୍ତ କରାଯାଇ ଗତ ତା୧୭.୧୦.୨୦୨୪ରେ ସରକାରଙ୍କ ବଦଳି ତାଲିକାରେ କ୍ରମିକ ନଂ-୧୦୬ ଅନୁଯାୟୀ ତାଙ୍କର ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି।ତୁରନ୍ତ ତାଙ୍କର ବଦଳିକୁ କାର୍ଯ୍ୟକାରୀ କରିବାପାଇଁ ଜନସାଧାରଣ, ବୁଦ୍ଧିଜୀବି,ବରିଷ୍ଠ ନାଗରିକ ସଂଘ ,ସ୍ୱୟଂସହାୟିକା ଗୋଷ୍ଠୀ,ନିର୍ବାଚିତ ଜନପ୍ରତିନିଧି ଓ ଓକିଲ ସଂଘ ଦୃଢ଼ ଦାବୀ କରିଛନ୍ତି ।

Recent Comments

Leave Comments

Top