logo
add image
ସ୍ୱାସ୍ଥ୍ୟ କେନ୍ଦ୍ର କୁ ଡାକ୍ତର ଆସୁନଥିବା ଘଟଣା ଖବର ଚପାଇବାକୁ ଉଦ୍ୟମ l

ସ୍ୱାସ୍ଥ୍ୟ କେନ୍ଦ୍ର କୁ ଡାକ୍ତର ଆସୁନଥିବା ଘଟଣା ଖବର ଚପାଇବାକୁ ଉଦ୍ୟମ l

ରାୟଗଡା/ବିଷମକଟକ,୦୭/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -କାଶୀନାଥ ପାଳ)ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁଲୁଗୁଡା ପଞ୍ଚାୟତ ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଡାକ୍ତର ନିୟମିତ ମେଡିକାଲ ଆସୁନଥିବା ଗ୍ରାମବାସୀଙ୍କ ଅଭିଯୋଗ ହୋଇଛି।ଏ ନେଇ ରବିବାର ଧରିତ୍ରୀ ରେ ଡାକ୍ତର ଆସୁନାହାନ୍ତି ଫାର୍ମାସିଷ୍ଟ ରେ ଚାଲିଛି ଚିକିତ୍ସା ଶୀର୍ଷକ ଖବର ପ୍ରକାଶ ପାଇଥିଲା।ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ ଡାକ୍ତର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉପସ୍ଥିତ ଅଧିକାରୀଙ୍କୁ ହାତକରି ଉକ୍ତ ଘଟଣା କୁ ଚପାଇବା ପାଇଁ ଉଦ୍ୟମ କରୁଥିବା ବହୁସଂଖ୍ୟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଲମେଡିକାଲ କୁ ଡାକ୍ତର ପ୍ରକାଶ ଚନ୍ଦ୍ର ଓଝା ନିୟମିତ ଆସୁନଥିବାବେଳେ କାର୍ଯ୍ୟରତ ଫାର୍ମାସିଷ୍ଟ ବୀରେନ୍ଦ୍ର ପାତ୍ର ରୋଗୀଙ୍କ ଚିକିତ୍ସା କରୁଥିବା ସମ୍ପର୍କ ରେ ଗ୍ରାମବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲମୋହନ ରାଉତରାଏ ଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତସ  ପ୍ରକାଶ ପାଇଛି l ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରୀ ଫାର୍ମାସିଷ୍ଟ ଙ୍କ ଦ୍ୱାରା ରୋଗୀ ସେବା ଚାଲିଥିଲେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାହିଁକି କୌଣସି ପଦକ୍ଷେପ ନିଆଯାଉନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ରହିଛି l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯଦି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରା ନ ଯାଏ ତେବେ ରାୟଗଡା ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଅବଗତ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି।ଏ ସମ୍ପର୍କ ରେ ଡାକ୍ତର ପ୍ରକାଶ ଚନ୍ଦ୍ର ଓଝା ଙ୍କ ଫୋନ୍ କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଉ ନ ଥିଲେ।ବିଷମକଟକ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଅଫିସର ହରିହର ଟୁଡୁଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।ଏ ସମ୍ପର୍କ ରେ ବିଧାୟକ ନୀଳମାଧଵ ହିକକା ଙ୍କୁଜଣାଇବା ପରେ ସେ ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭଗ ର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନାକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Recent Comments

Leave Comments

Top