ଭବାନୀପାଟଣା,୭/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ସାରଦା ପ୍ରସାଦ ମହାନ୍ତି)ଭବାନୀପାଟଣା ସହର ଉପକଣ୍ଠ ଚଉଦ ନମ୍ବର ୱାର୍ଡର ପୁରୁଣାପଡାରେ ଥିବା ସର୍ବପୁରାତନ ପୋଖରୀର ପୁନରୁଦ୍ଧାର ଓ ସୌନ୍ଧର୍ଯ୍ୟ କରଣ ନିମନ୍ତେ ଅଞ୍ଚଳବାସି ପୂର୍ବରୁ ବହୁବାର ଦାବୀ କରିଆସୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନଭାବ ଯୋଗୁଁ ଅଦ୍ୟାବଧି ପୋଖରୀର ଖନନ ଏବଂ ସୌନ୍ଧ୍ୟର୍ଯ୍ୟ କରଣ କାର୍ଯ୍ୟ ଅଧାପନ୍ତରୀୟ ଅବସ୍ଥାରେ ପଡ଼ିରହିଛି।ପ୍ରକାଶ ଥାଉକି ବହୁ ବିଳମ୍ବରେ ହେଉପଛେ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ କରଣ ନିମନ୍ତେ ଦେଢ କୋଟି ଟଙ୍କା ମଞ୍ଜୁର ହୋଇଥିଲା।କିନ୍ତୁ ବାସ୍ତବରେ ତାହା କରା ନଯାଇ କେବଳ ଜଳ ନିଷ୍କାସନ ଓ ପଙ୍କଉଦ୍ଧାର କରି ୬୭ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ।ଅତ୍ୟନ୍ତ ତରବରିଆ ଭାବେ ପୋଖରୀ ଖନନକରି ବିରାଟକାୟ ପୋଖରିର ବ୍ୟାସାର୍ଦ୍ଧକୁ ସଙ୍କୁଚିତ କରି ବ୍ୟବହାର ଅନୁପଯୁକ୍ତ ଅବସ୍ଥାରେ ପଡ଼ିରହିଛି ଏବଂ ଉଦ୍ଧାର କରଯାଇଥିବା ପଙ୍କ ମାଟିକୁ ପୋଖରୀ ହୁଡ଼ା ଚାରିପଟେ ପକାଇବା ଦ୍ୱାରା ବର୍ଷା ଦିନେ ପୁନଃ ପୋଖରୀ ପୋତି ହେବାର ସମ୍ଭାବନା ସୃଷ୍ଟି ହୋଇଛି।ଏହିସବୁ ହେବାଦ୍ବାରା ପୋଖରୀ ଅସୌନ୍ଧର୍ଯ୍ୟ ଦେଖାଯିବା ସହ ଅଞ୍ଚଳବାସୀଙ୍କ କୌଣସି କାମରେ ଲାଗୁନାହିଁ।ପୋଖରୀ ଗର୍ଭକୁ ଯିବାପାଇଁ କୌଣସି ସ୍ଥାଇ ଘାଟର ମଧ୍ୟ ବ୍ୟବସ୍ଥା ହୋଇନାହିଁ ଯାହାଫଳରେ ସ୍ନାନ,ଶୌଚ,ବିବାହ,ବ୍ରତ ମୃତାହତ ଦଶାହ ଭକି ସାମାଜିକ କାର୍ଯ୍ୟକ୍ରମ କରିବାରେ ଅଂଚଳବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।ପ୍ରାୟ ଏହି ପୋଖରି ଉପରେ ନିର୍ଭର କରୁଥିବା ସହରର ପୁରୁଣାପଡା,ଶମ୍ଭୁନଗରପଡ଼ା,ହିଲ ଟାଉନ,ଶବର ପଡା,ଦେବାନ୍ ସାହେବ ପଡା ବାସି ବହୁ ଅସୁବିଧାର ସମୁକ୍ଷୀନ ହେବାସହ ଆବଶ୍ୟକ ପଡିଲେ ଜରୁରୀ କାର୍ଯ୍ୟା ପାଇଁ ତିନି କିଲୋମିଟର ଦୂର ଆଶା ସାଗର ଉପରେ ନିର୍ଭର କରିବାକୁ ପଡୁଛି l ଏ ସମ୍ବନ୍ଧରେ ବାରମ୍ବାର ବିଭିନ୍ନ ପତ୍ରପତ୍ରିକା ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନାଚାର।ତେଣୁ ସାଧାରଣ ଲୋକଙ୍କ ମୌଳିକ ସୁବିଧାକୁ ଦୃଷ୍ଟିରେ ରଖି ତୁରନ୍ତ ପୋଖରୀ ପରିଷ୍କାର ପରିଶ୍ଚନ କରିବା ସହ ପାହାଚର ବ୍ୟବସ୍ଥା କରିବାକୁ ମନ୍ଦିର ସମୁହ ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଙ୍କ ନେତୃତ୍ୱ ରେ ଲଷ୍ମୀ ନାରାୟଣ ପଣ୍ଡା, କମ୍ବୁପାଣି ପରିଛା, ସୀତାକାନ୍ତ ପ୍ରଧାନ,ରବିନ୍ଦ୍ର ପ୍ରଧାନ, କାଉନ୍ସିଲର ପିଙ୍କି ରାଉତ,ସନ୍ତୋଷ ପ୍ରଧାନ ପ୍ରମୂଖ ଭାରପ୍ରାପ୍ତ ନଗରପାଳ ବିଷ୍ନୁ ଚରଣ ପ୍ରଧାନ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି l
Recent Comments