logo
add image
ବଲାଣି ଡିଏଭି ପବ୍ଲିକ ବିଦ୍ୟାଳୟରେ ଦୁଇଦିନିଆ ପୁସ୍ତକ ମେଳା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବଲାଣି ଡିଏଭି ପବ୍ଲିକ ବିଦ୍ୟାଳୟରେ ଦୁଇଦିନିଆ ପୁସ୍ତକ ମେଳା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବଡ଼ବିଲ,୧୦/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ସଞ୍ଜୟ ସିହ୍ନା) କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଧିନସ୍ଥ ବଲାଣି ଡିଏଭି ପବ୍ଲିକ ବିଦ୍ୟାଳୟର ପ୍ରାଙ୍ଗଣରେ ଦୁଇଦିନିଆ ପୁସ୍ତକ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ରାଜଶ୍ରୀ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସୁସ୍ୱାଦ ଖାଦ୍ୟର ଷ୍ଟଲ ମଧ୍ୟ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସେଲ ଲୌହଖଣିର ସିଯିଏମ୍ ଜୟଦେବ ଚୋଟାଉପଧ୍ୟାୟ ଉପସ୍ଥିତ ଥିଲେ ଏବଂ ଏହି ପୁସ୍ତକ ମେଳାରେ ଭୁବନେଶ୍ୱର ର ସଦାଶିବ ବୁକ ୱାଲ୍ଡ ପକ୍ଷରୁ ଅନେକ ପ୍ରକାର ପୁସ୍ତକ ଆସିଥିଲା ଯାହାକି ପିଲାମାନେ ପଢ଼ୀ ବହୁତ ଖୁସି ହୋଇଥିଲେ। ଶେଷରେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟାଜନ କରାଯାଇଥିଲା ଓ ସେହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ମାନେ ଭାଗ ନେଇ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ।

Recent Comments

Leave Comments

Top