logo
add image
ଓଡ଼ିଶା ବ୍ରାହ୍ମଣ ମହାସଂଘର ରାଜ୍ୟସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ।

ଓଡ଼ିଶା ବ୍ରାହ୍ମଣ ମହାସଂଘର ରାଜ୍ୟସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ।

ଭୁବନେଶ୍ୱର/ଓଡିଶା,୦୩/୧୧/୨୪(ଆଧାର ମିଡ଼ିଆ)ବହୁତ ବର୍ଷର ଅପେକ୍ଷାର ଅନ୍ତଘଟାଇ ଓଡିଶା ବ୍ରାହ୍ମଣ ମହାସଂଘର ଗତ ୩/୧୧/୨୦୧୪ ରିଖ ଏହା ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ଓଡିଶାର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର ମହୋଦୟ,ମୂଖ୍ୟ ବକ୍ତାଭାବେ କୁଳମଣୀ ମିଶ୍ର ମହୋଦୟ,ଉପ ବକ୍ତାଭାବେ ଶୈଳନ୍ଦ୍ର କୁମାର ସ୍ୱାଇଁ ମହୋଦୟ ଦୀପ ପ୍ରଜ୍ଜ୍ୱଳନ କରିବା ସହିତ,ବ୍ରାହ୍ମଣ ଏକତା ପ୍ରସଙ୍ଗ ନେଇ ବକ୍ତବ୍ୟ ରଖିଥିଲେ,ଓଡ଼ିଶା ବ୍ରାହ୍ମଣ ମହାସଂଘର ସଭାପତି ଭାବେ ଦୁଃଶାସନ ଶତପଥୀ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ, ଓଡ଼ିଶାର ସମସ୍ତ ଜିଲ୍ଲାର ଅନେକ ବ୍ରାହ୍ମଣ ଦେବତା ମାନଙ୍କ ଉପସ୍ଥିତିରେ ପଣ୍ତିତ ମାନଙ୍କର ବେଦଧ୍ଵନୀ ସଭାକୁ ଏକ ଦେବସଭା ପରି,ସୁଧର୍ମା ସଭାର ନକଲ ପରି ଅନୁଭବ ହେଉଥିଲା,ଆଜିର ଦିନରେ ବ୍ରାହ୍ମଣ ମାନେ ସମାଜରେ ଅବହେଳିତ କଣପାଇଁ ତାର କାରଣ କଣ?ତାର ସମାଧାନ କରିବା ପାଇଁ କଣ କରାଯାଇ ପାରେ ତା ଉପରେ ଅତିଥି ମାନେ ପ୍ରସଙ୍ଗ ରଖିଥିଲେ,ପ୍ରତ୍ୟେକ ଜିଲ୍ଲାର ଆଞ୍ଚଳିକ ସଭାପତି ଓ ସମ୍ପାଦକ ମହୋଦୟଙ୍କୁ ମହାସଂଘର ସଭାପତି ଶତପଥୀ ମହୋଦୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ, ସମସ୍ତ ବୟସ୍କ ବ୍ରାହ୍ମଣ ଦେବତା ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ପରିପ୍ରେକ୍ଷୀରେ ବ୍ରାହ୍ମଣ ଦେବତା ମାନଙ୍କୁ ଏକତ୍ର ବାନ୍ଧି ରଖିବା ପାଇଁ ପ୍ରବର୍ତ୍ତାଇ ଥିଲେ,ପୁର ପଲ୍ଲୀ ରୁ ଆସିଥିବା ବ୍ରାହ୍ମଣ ମାନେ ସଭାରେ ଯୋଗ ଦେଇ ନିଜ ନିଜର ପ୍ରସ୍ତାବ ରଖିଥିଲେ, ଏହା ଏକ ସ୍ୱତନ୍ତ୍ର ଏବଂ ସଫଳ ରାଜ୍ୟସ୍ତରୀୟ ସାଧାରଣ ସଭା ବୋଲି ଅନୁଭବ ହେଉଥିଲା, ବ୍ରାହ୍ମଣ ଦେବତା ମାନଙ୍କ ତୁଣ୍ଡର ବେଦ ମନ୍ତ୍ର ଧ୍ଵନୀରେ ସଭାସ୍ଥଳ ସୁନ୍ଦର ପରିବେଶ ସୃଷ୍ଟି କରୁଥିଲା,ଶତପଥୀ ମହୋଦୟଙ୍କ ସ୍ୱାଗତ ଭାଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସ୍ମୁତି ମଧୁର ହେଉଥିଲା,ସର୍ବ ଶେଷରେ ଦିନ ୧୦ଟାରେ ଆରମ୍ଭ ହୋଇ ଥିବା ସଭା ଅପରାହ୍ନ ତିନିଟା ବେଳେ ଶତପଥୀ ମହୋଦୟ ସଭା ସାଙ୍ଗ କରିଥିଲେ।

Recent Comments

Leave Comments

Top