ଓଡ଼ାପଡା,୧୬/୧୧/୨୦୨୪(ଆଧାର ମିଡିଆ//ରିପୋର୍ଟ -ଅନନ୍ତ ମହାପାତ୍ର)ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗ ଗ୍ରାମ ପଞ୍ଚାୟତରେ ଥିବା ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ବାବା କମଳେଶ୍ୱର ମନ୍ଦିର ସୂଚନାଯୋଗ୍ୟ ବହୁ ପୁରାତନ ମନ୍ଦିର ଭାବରେ ଅଞ୍ଚଳରେ ଏହାର ଖ୍ୟାତି ରହିଛି ୧୦୦ ବର୍ଷ ପୂର୍ବରୁ ଏହି ମନ୍ଦିରରେ ସେବାୟତ ମାନେ ଠାକୁରଙ୍କର ଦୈନଦିନ କାର୍ଯ୍ୟକ୍ରମ ତଥା ନୀତି ନିଯୋଗ ପୂଜା,ପର୍ବ ପର୍ବାଣୀ ବହୁ ଆବାହନ କାଳରୁ ମନ୍ଦିରରେ ଚାଲି ଆସୁଛି।ମନ୍ଦିରଟି ବହୁ ପୁରୁଣା ହୋଇଥିଲେ ମଧ୍ୟ ସରକାର କିମ୍ବା ପର୍ଯ୍ୟଟନ ବିଭାଗ ଏ ଦିଗରେ ଧ୍ୟାନ ଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।ଅଞ୍ଚଳରେ ଅନେକ କମ୍ପାନୀ ଥିବା ସତ୍ତ୍ୱେ କୌଣସି ପ୍ରକାର ସୁବିଧା ସୁଯୋଗ ଦେଉନାହାନ୍ତି।ସେବାୟତ ମାନଙ୍କୁ କିଛି ଆର୍ଥିକ ସହଯୋଗ କରିବାକୁ ଜିଲା ପ୍ରଶାସନକୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ସ୍ଥାନୀୟ ଅଧିବାସୀ ମାନେ ସରକାର ଦୃଷ୍ଟି ଦେଲେ ଏହି ଅଞ୍ଚଳ ଟି ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇପାରାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Recent Comments