ବୋଲଗଡ,୨୬/୧୧(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ବୀର ଦାସଙ୍କ ଆବାହକତ୍ୱରେ ଓ ପରିଚାଳନା କମିଟି ଆନୁକୂଲ୍ୟରେ ମଙ୍ଗଳବାର ଦିନ ବୋଲଗଡ ମହୋତ୍ସବ-୨୦୨୪ର ତୃତୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଟାଉନକ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ତୃତୀୟ ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥିଭାବେ ମହୋତ୍ସବ ଅଧକ୍ଷ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ।ଏହି ବୈଠକରେ ବରିଷ୍ଠ ଉପଦେଷ୍ଟା ପ୍ୟାରୀ ମୋହନ ଦାସ,ଲଲାଟେନ୍ଦୁ କେଶରୀ ସିଂହ,କାବୁ ଚମ୍ପତିରାୟ, ମନୋଜ କୁମାର ପଣ୍ଡା,ରାଜେନ୍ଦ୍ର ପାଲଟାସିଂହ,ଗୁରୁକୃଷ୍ଣ ଦୁଖାନନ୍ଦ ସାମନ୍ତରାୟ,ଗୌରୀ ଦେବୀ, ଉମେଶ ଚନ୍ଦ୍ର ମହାପାତ୍ର,ତପନ ବେବର୍ତ୍ତା ପଟ୍ଟନାୟକ,ନକୁଳ ରାଉତରାୟଙ୍କ ସମେତ ବହୁ ସଦସ୍ୟ ଓ ଜନସାଧାରଣ ଯୋଗଦେଇ ମହୋତ୍ସଵକୁ ସରସ ସୁନ୍ଦର କରିବାକୁ ସୁଚିନ୍ତିତ ପ୍ରସ୍ତାବ ଆଗତ କରିଥିଲେ।ପ୍ରାରମ୍ଭରେ ବରିଷ୍ଠ ଉପଦେଷ୍ଟା ପ୍ୟାରୀମୋହନ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସାଧାରଣ ସମ୍ପାଦକ ଶ୍ରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।ଚଳିତ ୨୧ତମ ବୋଲଗଡ ମହୋତ୍ସବକୁ ଅଧିକରୁ ଅଧିକତର ସରସ ସୁନ୍ଦର କରିବା ପାଇଁ ନୂତନ ସଭାପତି ବିଧାୟକ ଶ୍ରୀ ସାହୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସେହିପରି ନୂତନ ପ୍ରସ୍ତାବମାନ ଦେଇଥିବା ବେଳେ ସମସ୍ତ ସର୍ବଦଳୀୟ ଉପସ୍ଥିତକୁ ସହଯୋଗ ଲୋଡ଼ିଥିଲେ।ବୋଲଗଡ ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୬ ତାରିଖ ଠାରୁ ୩୦ ତାରିଖ ଦୀର୍ଘ ୫ଦିନ ବ୍ୟାପି ଅନୁଷ୍ଠିତ ହେବ ବୋଲି ପାରମ୍ପାରିକ ନିଷ୍ପତି କମିଟି ପକ୍ଷରୁ ନିଆଯାଇଥିଲା।ଦର୍ଶକ ମାନଙ୍କର ମନ ମୋହିବାପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ନୃତ୍ୟ,ସଂଗୀତ ଦଳ ଲୋକନୃତ୍ୟ,ଲୋକକଳା ପ୍ରମୁଖ ଦଳମାନଙ୍କୁ ମଞ୍ଚରେ କଳା ପ୍ରଦର୍ଶିତ ହେବାଲାଗି ସଭାପତି ଶ୍ରୀ ସାହୁ ନିର୍ଭର ପ୍ରତିଶୃତି ଦେଇଥିଲେ।ଦର୍ଶକ ମାନଙ୍କର ସୁରକ୍ଷା ତଥା ଶାନ୍ତି ଶୃଙ୍ଖଳା ପାଇଁ ପରିଚାଳନା କମିଟି, ସ୍ବେଛାସେବୀ ଯୁବବର୍ଗ ଓ ପୋଲିସ, ଅଗ୍ନିଶମ ସେବା ପ୍ରମୁଖ ଅଧିକାରୀ ମାନେ ସହଯୋଗ କରିବାକୁ ନିଷ୍ପତି ନିଆଯାଇଥିଲା।ପରିଶେଷରେ ସାଂସ୍କୃତିକ ସମ୍ପାଦକ ପ୍ରଫୁଲ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments