କାକଟପୁର/ ୨୯/୧୨/( ଆଧାର ମିଡ଼ିଆ ) କାକଟପୁର ବ୍ଲକ ପ୍ରାଚୀବିହାର ସ୍ଥିତ ଦୈନିକ ଖବର କାଗଜର ସମ୍ବାଦଦାତା ଭାଗବତ ସ୍ୱାଇଁଙ୍କ ପିତା ତଥା ଦୀର୍ଘ ୬୦ ବର୍ଷ ଧରି ଚନ୍ଦନ ବଜାରରେ ବ୍ୟବସାୟ କରୁଥିବା କେଳୁଚରଣ ସ୍ୱାଇଁଙ୍କର ୭୩ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଯାଇଛି, ଏହି ଖବର ପ୍ରଚାରିତ ହେବାକ୍ଷଣି ନିଜ କାକଟପୁର ବାସଭବନକୁ ଛୁଟି ଯାଇଥିଲେ ସୂବେଛୁ, ସ୍ବର୍ଗତଃ ସ୍ୱାଇଁ ୧୯୬0 ମସିହା ରୁ ବ୍ୟବସାୟ ଆରମ୍ଭ କରି ଜଣେ ବିଶିଷ୍ଟ ବ୍ୟବସାୟୀ ଭାବେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ l ଗତକାଲି ଅପରାହ୍ନରେ ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ କାକଟପୁରରେ ପ୍ରାଥମିକ ଚିକିତ୍ସା କରିବାପରେ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା l ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ କାକଟପୁରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ବ୍ୟବସାୟୀ ମାନେ ତାଙ୍କ ଶେଷଦର୍ଶନ କରିଥିଲେ l ପରେ ତାଙ୍କ ପାର୍ଥିବ ଶରୀର କୁ ନିଜଘର ପାଖରୁ କାକଟପୁର ବଜାର ପରିକ୍ରମା କରାଯିବା ପରେ ଗଣେଶ ବଜାର, ଲକ୍ଷ୍ମୀ ବଜାର ଯିବା ପରେ କାକଟପୁର ପ୍ରେସ କ୍ଳବ ସଭାପତି କମଳ ଲୋଚନ ଦୀକ୍ଷିତ, ଆଦିତ୍ୟ ରାଉତ, ମାନସ ଦୀକ୍ଷିତ, ପ୍ରଶାନ୍ତ ଜେନା, ଶେଷ ଦର୍ଶନ କରିବା ସହିତ ପୁଷ୍ପ ଗୁଚ୍ଛ ଦେଇଥିଲେ, ସେହିପରି ମଙ୍ଗଳା କ୍ରିକେଟ କ୍ଳବ ର ସଭାପତି ପ୍ରଦୀପ୍ତ ଦୀକ୍ଷିତ, ଉପଦେଷ୍ଟା ତଥା ଯୁବ ନେତା ହିମାଂଶୁ ଭୂଷଣ ଦୀକ୍ଷିତ,ତପନ କୁମାର ଦୀକ୍ଷିତ, ଧୀରେନ୍ଦ୍ର ଚାନ୍ଦ,ଶୁଭ୍ରାଂଶୁ ଦୀକ୍ଷିତ, ସଞ୍ଜୟ ସାମଲ, ଶ୍ୟାମ ସୁନ୍ଦର ରଣା, ସୂର୍ଯକାନ୍ତ ଦୀକ୍ଷିତ, ସୁଶାନ୍ତ ଦାସ ପୁଷ୍ପ ଗୁଚ୍ଛ ଦେଇ ଶେଷ ଦର୍ଶନ କରିଥିଲେ ପରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା l ଜ୍ୟଷ୍ଠ ପୁତ୍ର ଜ୍ଞାନରଞ୍ଜନ ମୁଖାଗ୍ନି ଦେଇଥିବାବେଳେ ତାଙ୍କ ଶବଧାର ନିକଟରେ ଜୋଇଁ ପ୍ରକାଶ ସ୍ୱାଇଁ, ନାତି, ନାତୁଣୀ, ବନ୍ଧୁ, ପରିବାର ବର୍ଗ ଉପସ୍ଥିତ ଥିଲେ l ତାଙ୍କ ମୃତ୍ୟୁ ରେ କାକଟପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
Recent Comments