ଢେଙ୍କାନାଳ/ନିମବାହାଳି/,୨୯/୧୨/୨୦୨୪/ (ଆଧାର ମିଡ଼ିଆ//ରିପୋର୍ଟ- ପ୍ରଦ୍ୟୋତ କୁମାର ବିଶ୍ୱାଳ) : ହିନ୍ଦୋଳ ବ୍ଳକ ବାଲିମି ଥାନା ଅନ୍ତର୍ଗତ ଝାଡ଼ବନ୍ଧ ଗ୍ରାମରେ ଗୋଷ୍ଠୀକନ୍ଦଳକୁ ନେଇ ଦୀର୍ଘ ୫ ବର୍ଷ ହେଲା ବନ୍ଦ ରହିଥିବା ପ୍ରସିଦ୍ଧ ପୌଷ ମହୋତ୍ସବ ନିମନ୍ତେ ଶାନ୍ତି କମିଟି ବୈଠକ ଗ୍ରାମର ମା କତାମାଶୁଣିଙ୍କ ମନ୍ଦିର ପ୍ରାଙ୍ଗ ଣରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିମି ଥାନା ଅଧିକାରୀ ଯୋଗ ଦେଇ ଶାନ୍ତିଶୃଙ୍ଖଳାର ସହିତ ପ୍ରଶାସନିକ ଉପଦେଶ ଅନୁଯାୟୀ ବୈଠକ ହେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ସ୍ଥାନୀୟ ଥାନା ଅଧିକାରୀ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଗ୍ରାମର ଦୁଇ ଗୋଷ୍ଠୀ ଓ ଯୁବ ଗୋଷ୍ଠୀ ବୈଠକରେ ଯୋଗ ଦେଇଥିବା ବେଳେ ବାଲିମି ଥାନା ଅଧିକାରୀ ନିଜେ ବୈଠକକୁ ନଆସି କେତେକ ହାତଗଣତି କର୍ମଚାରୀଙ୍କୁ ପଠାଇ ଦେଇଥିଲେ । ଏମିତି ବି ପରିସ୍ଥିତି ହୋଇଥିଲା ଥାନାରୁ ଆସିଥିବା କର୍ମଚାରୀ ମାନେ ଗାଡିରୁ ମଧ୍ୟ ମିଟିଙ୍ଗ ଜାଗାକୁ ଆସିନଥିଲେ, ବାହାରେ ବାହାରେ ଗାଡ଼ିରେ ବସି ପଳେଇଯାଇଥିଲେ। ପ୍ରଶାସନ ଯଦି ଏମିତି ଖାମଖିଆଲ ମନୋବୃତି ରଖୁଥିବା ଅଧିକାରୀଙ୍କୁ ମୀମାଂସା କରିବାକୁ ପଠେଇବ କେବେବି ସୁଫଳ ମିଳିବନି, କିନ୍ତୁ ଯାତ୍ରାକୁ ବିରୋଧ କରୁଥିବା ଗୋଷ୍ଠୀଙ୍କୁ ଗୋଳି ପାଣି ଭଳି ସୁହାଉଥିବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ବାସ୍ତବରେ ସେଇଆ ହି ହେଉଛି, କେହିବି ମୁଁହ ଖୋଲିବାକୁ ଚାଁହୁନଥିବା ଦେଖିବାକୁ ମିଳୁଛି। ଯାତ୍ରା ବନ୍ଦ କରିବା ଘଟଣାର ମାଷ୍ଟର ମାଇଣ୍ଡକୁ ଜିଲ୍ଲା ପୁଲିସ ପ୍ରଶାସନ କଣ ଠାବ କରିପାରୁନି ନା ଜାଣିଶୁଣି ସମୟ ନଷ୍ଟ କରୁଛି ? ଆଜିର ଏହି ସଭାରେ ଗ୍ରାମବାସୀ ମାନେ ପୂର୍ବ କଥାକୁ ନେଇ ଆଲୋଚନା ଓ ପର୍ଯ୍ୟା ଲୋଚନା କରିଥିଲେ । କିନ୍ତୁ ଫଳ ଶୂନ ହେଲା। ଗାଁର ପୌଷ ମହୋତ୍ସବ ଲାଗି ଶାନ୍ତି କମିଟି ବୈଠକ ଅଧାରେ ଅଟକି ରହିଥିବା ବେଳେ କୌଣସି ନିଷ୍କର୍ଷ ବାହାରି ପାରିନଥିଲା । ଏହାର ଫଳ ସ୍ୱରୂପ ଗ୍ରାମ ପୌଷ ମହୋତ୍ସବ ଉତ୍ସବ ନେଇ ଗ୍ରାମବାସୀ ଓ ଯୁବଗୋଷ୍ଠୀ ଦୋଛକିରେ ଅଟକି ରହିଛନ୍ତି । ଆହୁରି ମଧ୍ୟ ଯାତ୍ରାକୁ ବିରୋଧ କରୁଥିବା ଗୋଷ୍ଠୀ ଆଗତୁରା ଉଠି ପଳେଇ ଆସିଥିଲେ, ଯାହାକି ଯୁବ ଗୋଷ୍ଠୀଙ୍କୁ ଗଭୀରଭାବେ କଷ୍ଟ ଦେଇଛି । ଏହି ସମ୍ବେଦନଶୀଳ ଘଟଣା ନେଇ ଜିଲ୍ଲା ପ୍ରଶାସନ ପୁଣିଥରେ ଦୃଷ୍ଟି ଦେବାକୁ ଗ୍ରାମର ଯୁବଗୋଷ୍ଠୀ ଗଣମାଧ୍ୟମର ଦ୍ୱାରସ୍ତ ହୋଇ ନିବେଦନ କରିଛନ୍ତି ।
Recent Comments