logo
add image
ଶତାୟୁ ହାଜୀ ଅବଦୁଲ୍ ଜଲିଲ୍ ଙ୍କ ପରଲୋକ।

ଶତାୟୁ ହାଜୀ ଅବଦୁଲ୍ ଜଲିଲ୍ ଙ୍କ ପରଲୋକ।

ଖୋର୍ଦ୍ଧା/୩୦/୧୨/ (ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସାମ୍ବାଦିକ ଶେଖ୍ ଅନୁଅର୍ ଅଲ୍ଲୀଙ୍କ ଜେଜେ ବାପା ହାଜି ଶେଖ୍ ଅବଦୁଲ୍ ଜଲିଲ୍ ଙ୍କର ୧୦୨ବର୍ଷ ବୟସରେ ପରଲୋକ ହୋଇଛି ।ରାଉତପଡ଼ା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ରବିବାର ଅପରାହ୍ନ ୩:୪୫ ମିନିଟ୍ ସମୟରେ ଇହଲୀଳା ସମ୍ବରଣ କରିଛନ୍ତି । ସ୍ୱର୍ଗତ ହାଜି ସମଗ୍ର ଅଞ୍ଚଳରେ ଜଣେ କର୍ମଠ, ନିଷ୍ଠାଦାନ, ସମାଜସେବୀ,ପରୋପକାରୀ ଓ ଧର୍ମଲମ୍ବି ବ୍ୟକ୍ତି ରୂପେ ବେଶ ସୁନାମ ଅର୍ଜନ କରିବା ସହିତ ଅବସର ପ୍ରାପ୍ତ ସେନା କର୍ମଚାରୀ ଥିଲେ । ତାଙ୍କ ବିୟୋଗ ଖବର ପାଇ ୨୩ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ଅନାଦି ସାହୁ, ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଜିତେନ୍ଦ୍ର ସାହୁ ଓ ଆତ୍ମୀୟ ସ୍ୱଜନଙ୍କ ସମେତ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ଶିଷ୍ୟ ଓ ଶୁଭେଚ୍ଛୁମାନେ ତାଙ୍କ ବାସଭବନରେ ପହ‌ଞ୍ଚୁ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତିନି ବୋହୂ, ଝିଅ କ୍ୱାଇଁ ଦୁଇ ପୁଅ ସହ ନାତି ନାତୁଣୀ ଉପସ୍ଥିତ ଥିଲେ। ରାଉତପଡ଼ା ଗ୍ରାମ ସ୍ଥିତ କବ୍ର ସ୍ଥାନରେ ଦୁଇ ପୁଅ ଶେଖ୍ ହାଇଦର ଅଲ୍ଲୀ ଓ ଶେଖ୍ ଅସଗର୍ ଅଲ୍ଲୀଙ୍କ ଉପସ୍ଥିତରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ, ବ୍ଳକ ଅଧ୍ଯକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, କଂଗ୍ରେସ ନେତା ପୃଥୀବଲ୍ଲଭ ପଟ୍ଟନାୟକ, ବିଜେପି ନେତା ଯତୀନ ମହାନ୍ତି ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

Recent Comments

Leave Comments

Top