logo
add image
ଧାର୍ମିକ ବ୍ୟକ୍ତିଙ୍କ ପରଲୋକ

ଧାର୍ମିକ ବ୍ୟକ୍ତିଙ୍କ ପରଲୋକ

ଗୁଣୁପୁର/ରାୟଗଡା/ ୮/୧/୨୦୨୫/ (ଆଧାର ମିଡ଼ିଆ )ସ୍ଥାନୀୟ ବିକ୍ରମପୁର ନିବାସୀ ରାମକୃଷ୍ଣ ପାଢ଼ୀ ଙ୍କ ୮୪ ବର୍ଷ ବୟସରେ ଗତ କାଲି ରାତି ପ୍ରାୟ ୧୨ ଟା ରେ ପରଲୋକ ଘଟିଛି । ସେ ଜଣେ ଧାର୍ମିକ, ପରପୋକାରୀ,ମେଳାପୀ, ମିଷ୍ଟଭାଷୀ ସ୍ୱଭାବ ର ବ୍ୟକ୍ତି ଥିଲେ । ମୃତ୍ୟୁ ବେଳକୁ ଦୁଇପୁତ୍ର ପୃଥ୍ୱୀରାଜ ପାଢ଼ୀ,ନୀଳମାଧବ ପାଢ଼ୀଙ୍କ ସମେତ ପୁତ୍ର ବଧୂ, ନାତି ନାତୁଣୀ,ପୁତୁରା ନିର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ନିଜଗ୍ରାମ ଶିରିଝୋଲି ହୋଇଥିବା ବେଳେ ବିକ୍ରମପୁର ରେ ରହୁଥିଲେ । ନିଜଗ୍ରାମ ଶିରିଝୋଲି ରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ମୃତ୍ୟୁରେ ବରିଷ୍ଠ ବିଜେପି ନେତା y ଗଣପତି, ଅମର ସାହୁ ,ଉଦୟ ପାଢ଼ୀ, ଶ୍ରୀନିବାସ ସ୍ବାଇଁ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି l

Recent Comments

Leave Comments

Top