ଖୋର୍ଦ୍ଧା/୮/୧/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସ୍ଥିତ ସାନପଦର ଭକ୍ତ ଚରଣ ବିଦ୍ୟାପୀଠ, ସାନପଦର ହାଇସ୍କୁଲର ମ୍ୟାଟ୍ରିକ ସହପାଠୀ ମାନଙ୍କ ବନ୍ଧୁ ମିଳନ ବିନ୍ଧ୍ୟଗିରି ପର୍ବତ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା l ପୁରୁଣା ସ୍ମୃତିର ପର୍ବରେ ପୁରାତନ ସ୍ମୃତିକୁ ସହପାଠୀମାନେ ମନେପକାଇଥିଲେ l ଏହି ବନ୍ଧୁମିଳନ ପର୍ବ ୧୨ବର୍ଷ ପରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିଲା ବେଳେ ଏହାର ସଫଳ ରୂପାୟନ ପାଇଁ ସମସ୍ତ ସହପାଠୀ ମାନେ ଉପସ୍ଥିତରହି ଆୟୋଜନ ପାଇଁ ସହଯୋଗ କରିଥିଲେ l ଏଥିରେ ଉପସ୍ଥିତ ସହପାଠୀ ମାନେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ପୂର୍ବକ ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ବର୍ଷ ଏହି ବନ୍ଧୁ ମିଳନ ପର୍ବକୁ ଉର୍ନ୍ନତ ଧରଣର ଆୟୋଜନ କରାଯିବାକୁ ସମସ୍ତେ ମତବ୍ୟକ୍ତ କରିଥିଲେ l
Recent Comments