ଖୋର୍ଦ୍ଧା/ ୮/୧/୨୦୨୫//(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅନ୍ତର୍ଗତ ଶ୍ରୀ ରାଧାମାଧବ ସଂସ୍କୃତ ମହାବିଦ୍ୟାଳୟ ଦେଉଳିଠାରେ ଜାତୀୟ ସେବା ଶିବିର ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି l ଅଡାଲ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ସାମନ୍ତସିଂହାର,ଗଡ଼ବାଣିକିଲ କଲେଜ ଅଧ୍ୟାପକ ତଥା ପୂର୍ବତନ ଜାତୀୟ ସେବା ଶିବିରର ସଂଯୋଜକ ମାନସ ରଞ୍ଜନ ମହାପାତ୍ର ପ୍ରମୁଖ ଅତିଥିଭାବରେ ଯୋଗଦେଇଥିଲେ l ଏହି ଉଦଯାପନୀ ସଭାରେ କଲେଜର ଅଧ୍ୟକ୍ଷ ବଟକୃଷ୍ଣ ସାହୁ ସଭାପତିତ୍ୱ କରିଥିଲେ l ଜାତୀୟ ସେବା ଶିବିର ସଂଯୋଜକ ପ୍ରଦୀପ ସାହୁ ସଭା ପରିଚାଳନା କରିଥିଲେ l ସୁସ୍ଥ ସମାଜ ଗଠନ କରିବା ସହିତ ପିତା ମାତାଙ୍କ ସେବା ହିଁ ଶ୍ରେଷ୍ଠ ସେବା ବୋଲି ଅତିଥିମାନେ ସିବି୍ରାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ l
ପୃଥିବୀ ପୃଷ୍ଠରେ ଜୀବଜନ୍ତୁଙ୍କୁ ରଖିବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଅଧକ୍ଷ ତାଙ୍କର ମତ ପ୍ରଦାନ କରିଥିଲେ l ଗତ ସାତଦିନ ମଧ୍ୟରେ ପୋଷ୍ୟଗ୍ରାମ ତୁଳସୀବେରଣାରେ ସିବି୍ରାର୍ଥୀ ମାନଙ୍କ ଦ୍ଵାରା କରାଯାଇଥିବା ସେବା ମୂଳକ କାର୍ଯ୍ୟର ବିବରଣୀ ସିବି୍ରାର୍ଥୀ ତୁଳସୀ ଜିଗାଲ ପ୍ରଦାନ କରିଥିଲେ l ବୃକ୍ଷରୋପଣ, ପାରିବେଶ ପରିମଳ, ଏଡ଼ସ ସଚେତନତା କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ, ରକ୍ତଦାନ ଶିବିର ସମସ୍ତ ବିବରଣୀ ପ୍ରଦାନ କରିଥିଲେ l ଏହି ସଭାକୁ କିରାଣୀ ନିରଞ୍ଜନ ମହାପାତ୍ର, ଅଧ୍ୟାପିକା ସସ୍ମିତା ମିଶ୍ର, ଅଧ୍ୟାପକ ଦୈତାରୀ ଦାଶ, ଅଧ୍ୟାପକ ଉତ୍ତମ କୁମାର ବେହେରା ଓ ଅଧ୍ୟାପକ ମାଧବ ମହାରଣା ସହଯୋଗ କରିଥିଲେ l ଏ ବର୍ଷ ସୁଚାରୁ ରୂପେ କାର୍ଯ୍ୟ ସଂପାଦନା କରିଥିବାରୁ ସଂଯୋଜକଙ୍କୁ ଅଧକ୍ଷ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ବର୍ଷ ପାଇଁ ଏନଏସଏସ (NSS )ପତାକା ହସ୍ତାନ୍ତର କରି ଦାୟିତ୍ୱ ପ୍ରଦାନ କରିଥିଲେ l
Recent Comments