logo
add image
ନବ ନିର୍ବାଚିତ ଗୁଣ୍ଡୁରୁଚୁଆଁ ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା.

ନବ ନିର୍ବାଚିତ ଗୁଣ୍ଡୁରୁଚୁଆଁ ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା.

ଜମନକିରା/୧୦।୧/୨୦୨୫/(ଆଧାର ମିଡ଼ିଆ): କଟଙ୍ଗପାଣି ଖେଳ ପଡ଼ିଆ ଠାରେ ନବ ନିର୍ବାଚିତ ଗୁଣ୍ଡୁରୁଚୁଆଁ ମଣ୍ଡଳ ସଭାପତି ମନୋଜ ମାଝି ଓ ଜିଲ୍ଲା ପ୍ରତିନିଧି ପୱନ୍ ପଟେଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବାହ୍ନ ୧୧ଟା ରେ ପୂର୍ବତନ ମଣ୍ଡଳ ସଭାପତି ଦୁଷ୍ମନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନୃପଲାଲ ପଲେଇ, ଜିଲ୍ଲା ଉପସଭାପତି ବିରେନ୍ଦ୍ର ଚୌଧୁରୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କର, ଜମନକିରା ଜୋନ୍ ୧ ପୂର୍ବତନ ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀ, କଟଙ୍ଗପାଣି ସମିତି ସଭ୍ୟ ସନାତନ ବାଘ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରମେଶ ସାହୁ , ରାଜିବ ନାୟକ ପ୍ରମୁଖ ଯୋଗ ଦେଇ ଆଗାମୀ ଭବିଷ୍ୟତରେ ବିଜେପିର ସ୍ବାଭିମାନ ଓ ଅଖଣ୍ଡ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପ ବଦ୍ଧ ଥିବାରୁ ବିଜେପି ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି କ୍ରିୟାଶୀଳ କରିବାକୁ ଯୁବ ନେତୃତ୍ୱ ଉପରେ ଗୁରୁତ୍ବ ଦେଇ ଦାୟିତ୍ୱ ପ୍ରଦାନ କରୁଛି। ଏହି କାର୍ଯ୍ୟକ୍ରମରେ ଗୁଣ୍ଡୁରୁଚୁଆଁ ମଣ୍ଡଳ ଅନ୍ତର୍ଗତ ୧୧ ଗୋଟି ପଂଚାୟତର ନିର୍ବାଚିତ ସରପଂଚ, ସମିତି ସଭ୍ୟ, ପଂଚାୟତ ପ୍ରମୁଖ, ବୁଥ ସଭାପତି, ସକ୍ରୀୟ କର୍ମୀ, ସମସ୍ତ ପଂଚାୟତ ର ଶକ୍ତି ସଖୀ ଏଵଂ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

Recent Comments

Leave Comments

Top