logo
add image
ମଙ୍ଗଳପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ମଙ୍ଗଳପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ଢେଙ୍କାନାଳ/ମେରାମଣ୍ଡଳୀ/ଆଧାର ମିଡ଼ିଆ ୦୯/୦୧/୨୫:ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ  ମହାସମାରୋହରେ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ଯୋଗଦେଇ ଶିଶୁ ବିଦ୍ୟାମନ୍ଦିରର ସଫଳତା ନିମନ୍ତେ ପ୍ରଶଂସା କରିଥିଲେ | ସମ୍ମାନିତ ଅତିଥିଭାବେ  ଭାର ଲଷ୍ମୀ ଫାଉଣ୍ଡେସନ, ଜିଏମଆର ର  ଶ୍ରୀଯୁକ୍ତ ଦିଲ୍ଲୀପ କୁମାର କର ଯୋଗ ଦେଇଥିଲେ, ଅନ୍ୟତମ ଅତିଥିଭାବେ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ କର ଓ ଶ୍ରୀଯୁକ୍ତ ସହଦେଵ ପୃଷ୍ଟି ଯୋଗଦେଇଥିଲେ | ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ବେହେରା, ବିଭାଗ ବୌଦ୍ଧିକ ପ୍ରମୁଖ, ଢେଙ୍କାନାଳର ଯୋଗଦେଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା ବିଷୟରେ କହିଥିଲେ | ଉକ୍ତ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଶିବରାମ ବରାଳ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ | ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଜଗଦୀଶ ଖିଲାର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶ୍ରୀମତୀ ସଂଗୀତା ଧୀର ଧନ୍ୟବାଦ ଅର୍ପଣ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା,ପରିଚାଳନା କମିଟି ଏବଂ ଅଭିଭାବକମାନେ ସହଯୋଗ କରିଥିଲେ | ସଭାକାର୍ଯ୍ୟ ପରେ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା |

Recent Comments

Leave Comments

Top