କଣିହାଁ /୧୦/୦୧/୨୦୨୫/ ଆଧାର ମିଡ଼ିଆ/ କଣିହାଁ ବ୍ଲକ ବନାଞ୍ଚଳ ପକ୍ଷରୁ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ରୋକିବା ପାଇଁ ତାଲିମ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି l ଶୁକ୍ରବାର ଆୟୋଜିତ କାର୍ଯ୍ଯକ୍ରମରେ କଣିହାଁ ବନାଞ୍ଚଳ ଅଧିନସ୍ଥ ୩୦ ଟି ଗ୍ରାମରୁ ୧୫୦ ଜଣ ଗଜସାଥୀ ୨୦ ଜଣ ଗଜମିତ୍ର ୩୩ ଜଣ ସ୍କ୍ୱାର୍ଡ ତାଲିମ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ I ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ପ୍ରଶିକ୍ଷକ ଭାବେ ସହକାରୀ ବନ ସଂରକ୍ଷକ ନୀଳମଣି ଦେହୁରୀ, କୃଷ୍ଣ ଚନ୍ଦ୍ର ସାହୁ, ସ୍ନେହା ଏନଜିଓ ସଂସ୍ଥା ର ଅରବିନ୍ଦ ମାଝୀ ଓ ପିପୁଲ୍ସ ଫର ଆନିମଲ ଅନୁଷ୍ଠାନ ପକ୍ଷରୁ କୁନା ସାହୁ ପ୍ରମୁଖ ଯୋଗଦେଇ ଥିଲେ l ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବରୁ କଣିହାଁ ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ଅଂଶଗ୍ରହଣ କରି ଥିବା ସମସ୍ତ ଗଜସାଥୀ, ଗଜମିତ୍ର,ସ୍କ୍ୱାର୍ଡ ମାନେ ପ୍ଲlଗ୍ କାର୍ଡଧରି କଣିହାଁବଜାର ପଥରମୁଣ୍ଡା ଗ୍ରାମ ,ଟୋଲକବେଡା ମୁଣ୍ଡା ହଟିଙ୍ଗୀ ପରିକ୍ରମା କରି ଜଙ୍ଗଲ ହାତୀ ଉପଦ୍ରବ ରୋକିବା ସମ୍ପର୍କରେ ସଚେତନ କରାଯାଇଥିଲା l କଣିହାଁ ବନାଞ୍ଚଳ କାର୍ଯ୍ୟାଳୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଜଙ୍ଗଲୀ ହାତୀ ସମ୍ଵନ୍ଧରେ ସ୍ଥାନୀୟ ଜନସାଧାରଣ ଙ୍କୁ ସୂଚନା ପ୍ରଦାନ କରି ଧନ ଜୀବନ ସୁରକ୍ଷିତ ରଖିବା ପାଇଁ ଶିବିର ରେ ତାଲିମ ଦିଆ ଯାଇଛି l ଜଙ୍ଗଲୀ ହାତୀ ର ଗତିବିଧି ଉପରେ ନଜର ରଖିବା ସହ କିପରି ଗ୍ରାମାଞ୍ଚଳରେ ପ୍ରବେଶ ନକରିବାକୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ କଣିହାଁ ବନାଞ୍ଚଳର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l
Recent Comments