logo
add image
ଅର୍ଜୁନ ଦାସଙ୍କ ୨୪ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

ଅର୍ଜୁନ ଦାସଙ୍କ ୨୪ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

କାକଟପୁର/୧୧ /୧ /୨୫/ (ଆଧାର ମିଡ଼ିଆ//ରିପୋର୍ଟ- ତୁଷାର ଦୀକ୍ଷିତ ) କାକଟପୁର ମାଟିର ସୁଯୋଗ୍ୟ ସନ୍ତାନ, ତଥା କାକଟପୁର କୁ ସରସ ସୁନ୍ଦର ଓ ସାକାର ରୂପ ଦେଇଥିବା ଦରଦୀ ମଣିଷ ସ୍ବର୍ଗତ ଅର୍ଜୁନ ଦାସଙ୍କ ଆଜିଥିଲା ୨୪ ତମ ଶ୍ରଦ୍ଧାଞ୍ଜଳି ଦିବସ, ଏହି ଅବସରରେ ତାଙ୍କର ନିଷ୍ଠା, ଚେଷ୍ଟା, ପ୍ରଚେଷ୍ଟା ରେ ଗଢି ତୋଳିଥିବା ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,କାକଟପୁର ଉଚ୍ଚ ବିଦ୍ୟାଳୟ, କାକଟପୁର କଲେଜ ୧୯୬୫ ମସିହାରେ ଗମ୍ଭାରିପଦା ଠାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ,କାକଟପୁର ପୋଷ୍ଟ ଅଫିସକୁ ଜମିଦେବା ସବୁ ଜାଗାରେ ତାଙ୍କର ଛାପ ଛାଡି ଦେଇଛନ୍ତି, ସ୍ୱାଧୀନତା ସଂଗ୍ରାମୀ ଭୂମିକାରେ ଅତ୍ୟନ୍ତ ଚତୁରତାର ସହିତ ସଂଗ୍ରାମ କରି ଆମଅଞ୍ଚଳ ପାଇଁ ଗର୍ବ ଆଣିଦେଇଥିଲେ,ସେହି ମହାନ ବ୍ୟକ୍ତିଙ୍କର ଆଜି ସ୍ମୁତିସଭା ହୋଇଯାଇଛି, ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରଭାତ କୁମାର ତରାଇ, ମୁଖ୍ୟ ଅତିଥି ରୂପେ କୃଷକ ସେଲ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଶଶଧର ପଣ୍ଡା, ବ୍ଲକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଜେନା, ସନ୍ନମାନିତ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗ ପ୍ରୋଗ୍ରାମୀଙ୍ଗ ଅଫିସର ଡ଼ା ତ୍ରିଲୋଚନ ବରାଳ,ସମାଜ ସେଵୀ ଜ୍ଞାନ ରଞ୍ଜନ ସାହୂ, ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ, ସ୍ୱପ୍ନେଶ୍ଵର ସାହୂ, କାକଟପୁର ଅଞ୍ଚଳ ର ବିଶିଷ୍ଟ ବାଗ୍ମୀ ନିରୋଦ ବରଣ ମହାନ୍ତି, ପୁରୀ ଜିଲ୍ଲା କଂଗ୍ରେସ ର ସାଧାରଣ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ,ସାଧୁ ଚରଣ ବିଶ୍ୱାଳ, ସମ୍ପାଦକ ହୃଦାନନ୍ଦ ଶାସମାଲ, ଶିକ୍ଷୟତ୍ରୀ ଦୀପ୍ତି ମହାନ୍ତି, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଗୁଣାବଳୀ ଓ କାର୍ଯ୍ୟ ଦକ୍ଷତା ଉପରେ ଭାଷଣ ଦେଇ ଉପସ୍ଥିତ ଶ୍ରୋତା ମାନଙ୍କୁ ଅବଗତ କରାଇଥିଲେ, ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଦାସଙ୍କର ଉପରେ ସୁ ଲଳିତ ସ୍ୱରରେ ଏକ କବିତା ପାଠ ଆବୃତ୍ତି କରାଯାଇଥିଲା , ସ୍ମୁତି କମିଟି ଦ୍ୱାରା ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ପାଖ ଅଞ୍ଚଳର କୁନି କୁନି ପିଲା ମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରା ଯାଇଥିଲା ବେଳେ କାକଟପୁର ପ୍ରେସ କ୍ଳବସଭାପତି, କମଳ ଲୋଚନ ଦୀକ୍ଷିତ ଓ ମିଡ଼ିଆ ଫୋରମ ସଭାପତି ଅକ୍ଷୟ କୁମାର ରାଉତ ଙ୍କୁ ମାନ ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା , ପରିଶେଷରେ ସ୍ବର୍ଗତ ଦାସ ଙ୍କ ବଂଶଜ ମାନେ ଉପସ୍ଥିତ ରହି ତାଙ୍କର ସେହି ମହାନ ଆତ୍ମାଙ୍କ କାର୍ଯ୍ୟ କାରିତାକୁ ମନେ ପକାଇ ଥିଲେ,

Recent Comments

Leave Comments

Top