ବୌଦ୍ଧ/୧୨/୦୧/୨୦୨୫/ (ଆଧାର ମିଡ଼ିଆ) ବୌଦ୍ଧ ସହରର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବଦିବସ ବହୁତ ଧୁମଧାମରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ପୁରୋହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପରିଚାଳନା କମିଟିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅଭିଷେକ ଅଗ୍ରୱାଲଙ୍କ କର କମଳରେ ଜ୍ଞାନ ଦୀପ ପ୍ରଜ୍ବଳିତ ହୋଇଥିଲା। ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ପଦ୍ମନାଭ ସୁବୁଦ୍ଧି ,ସହ ସଂପାଦକ ଶ୍ରୀଯୁକ୍ତ ଖୁଦିରାମ ପ୍ରଧାନ, ମଞ୍ଚରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ରୀବତ୍ସ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା ।ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ନରେନ୍ଦ୍ର ମହାକୁଳ ବିବେକାନନ୍ଦଙ୍କ ଜୀବନୀ ଛାତ୍ର ଛାତ୍ରୀଙ୍କ ଉପସ୍ଥିତରେ ଉପସ୍ଥାପିତ କରିଥିଲେ । ବରିଷ୍ଠା ଆଚାର୍ଯ୍ୟା ଶ୍ରୀମତୀ ସନ୍ତୋଷିନୀ ରାଉତଙ୍କ ସଂଯୋଜନାରେ ସଭାକାର୍ଯ୍ୟ ସମ୍ପାଦିତ ହୋଇଥିଲା ।ଶେଷରେ ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦେବାଶିଷ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ
Recent Comments