ବାଲିଗୁଡା/୧୯/୦୧/୨୦୨୫/:(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ସରକାରୀ ଜମିରେ ବେଇଆଇନ ଭାବେ କୋଠା ନିର୍ମାଣ ଦିନକୁ ଦିନ ବେଲଗାମ ହୋଇପଡିଛି । ଏନେଇ ରାଜସ୍ୱ ବିଭାଗର ନିଦ ଭାଙ୍ଗିଛି. ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଦୁଇଘରକୁ ଜେସିପି ଲଗାଇ ଭାଙ୍ଗି ମାଟିରେ ମିସାଇ ଦେଇଛି । ବାଲିଗୁଡା ତହସିଲଦାର ଦୀପ୍ତିରଞ୍ଜନ ବେହେରା ୧୧ ନମ୍ବର କାଉନସିଲ ୱାଡ ଅଧୀନ ବାଇପାସ ରାସ୍ତାରେ ଘର କରିଥିବା ଠିକାଦାର ଓ ଶିକ୍ଷକଙ୍କ ଦୁଇଟି ଆଜବେଷ୍ଟ ଘରକୁ ଜେସିପି ଲଗାଇ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ବେଳେ ସରକାରୀ ଜାଗାରେ ବେଆଇନ ଘର କରିଥିବା ସରକାରୀ ଚାକିରିଆ ,ବଡ ବଡିଆ ୧୫ ଜଣ ଲୋକଙ୍କୁ ଶିଘ୍ର ଘର ଖାଲିକରିବା ପାଇଁ ନୋଟିସ କରିଥିବା ଜଣାପଡିଛି । ବାଇପାସ ରାସ୍ତାରେ ରାଜସ୍ୱ ବିଭାଗ ପକ୍ଷରୁ ସରକାରୀ ଜାଗା ଫଳକ ମାରିବା ସତ୍ବେ ମଧ୍ୟ ଲୋକେ ତାହାକୁ ଖାତିର ନକରି ରାଜସ୍ୱ ଫଳକୁ ଉପାଡି ଫିଙ୍ଗି ଦେଇଥିବା ନଜିର ରହିଛି । ଏହି ରାସ୍ତାରେ ବଡବଡିଆ ରାଜନେତା ,ଠିକାଦାର ,ସରକାରୀ ଚାକିରିଆ ଓ ବ୍ୟବସାୟୀ ମାନେ ନିଜର ଅମାପ ସମ୍ପତି ରହିଥିବା ବେଳେ ଏଠାରେ ବେଆଇନ ଭାବେ ଜମି ଜବରଦଖଲ କରି ବଡବଡ ଛାତଘର କରିବା ସହ ଭଡାରେ ଲଗାଇଥିବା ଓ ତାର ବାଡ ଘେରାଉ କରି ରଖିଛନ୍ତି । ସେ ସବୁର ରାଜସ୍ୱ ବିଭାଗ ତଦନ୍ତ କରି ଜବରଦଖଲ ଉଚ୍ଛେଦକରିବ ନା ଏ ତିକିରେ ଏତିକି ହିଁ ରହିଯିବ ତାହାକୁ ନେଇ ଚର୍ଚ୍ଚାହେଉଛି । ଏହି ଜବର ଦଖଲ ଉଚ୍ଛେଦ ବେଳେ ଚାପା ଉତ୍ତେଜନା ଦେଖାଯାଇଥିବା ବେଳେ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ନାୟକ, ସୁପରଭାଇଜର ସନ୍ତୋଷ ପ୍ରଧାନ ,ରାଜସ୍ୱ ନିରିକ୍ଷକ ଗାୟତ୍ରୀ ପ୍ରଧାନ ,ସିଦ୍ଧାର୍ଥ ଗୌତମ ପଟ୍ଟନାୟକ ସମେତ ପୁଲିସ ଏସଆଇ ଯୁଗଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Recent Comments