ଜମନକିରା/୨୪।୧/୨୦୨୫/(ଆଧାର ମିଡ଼ିଆ): ଜମନକିରା ପଞ୍ଚାୟତ ସମିତି ସଭାଗୃହ ଠାରେ ମନରେଗା ଓ ପଞ୍ଚଦଶ ଅର୍ଥ ଆୟୋଗ ଯୋଜନାର ବ୍ଲକସ୍ତରୀୟ ଜନଶୁଣାଣି କାର୍ଯକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । କାର୍ଯକ୍ରମରେ ସମ୍ବଲପୁର ଜିଲ୍ଲାପରିଷଦ ସିଡ଼ିଓ ତଥା ନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର,ବିଡ଼ିଓ ରବିନ୍ଦ୍ର ସେଠୀ, ଏଇଇ ଶାଳିନୀ ସିଂ, ଜିଲ୍ଲା ସାମାଜିକ ସମୀକ୍ଷକ ,ଆର୍ତ୍ତତ୍ରାଣ ଶତପଥି, ଲୋକପାଳ ବ୍ରଜେନ୍ଦ୍ର ପଣ୍ଡା, ଅତିରିକ୍ତ କାର୍ଯକ୍ରମ ଅଧିକାରୀ (ଏପିଓ)ମନୋଜ ଭୋଇ, ଗ୍ରାମ ପଂଚାୟତ ବିକାଶ ଅଧିକାରୀ ଅଜୟ ଖଡିଆଙ୍କ ସହିତ କାର୍ଯକ୍ରମରେ ମଞ୍ଚାସୀନ ଥିବା ସମସ୍ତ ଗ୍ରାମ ରୋଜଗାର ସେବକ,ସମସ୍ତ ଏଡିଇଓ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ,ସମସ୍ତ ସରପଞ୍ଚ, ସମିତି ମେମ୍ବର, ବିଭାଗୀୟ ଅଧିକାରୀ ,ଭିଆରପି.ବ୍ଲକ ସାମାଜିକ ସମୀକ୍ଷକ, ଜବକାର୍ଡ ଧରି ଏବଂ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ ।
କାର୍ଯକ୍ରମରେ ଜିଲ୍ଲା ପରିଷଦ ସିଡ଼ିଓ ତଥା ନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର ସଭାପତିତ୍ବ କରିଥିଲେ l ପ୍ରାରମ୍ଭରେ ବିଡ଼ିଓ ରବୀନ୍ଦ୍ର ସେଠୀ, ସମସ୍ତଙ୍କୁ ନୂଆ ବର୍ଷର ସ୍ବାଗତ ଜଣାଇ କାର୍ଯକ୍ରମକୁ ଆରମ୍ଭ କରିଥିଲେ। ଏଥିସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବା ସହ କିଭଳି ମନରେଗା ଯୋଜନାର ସଫଳ ରୂପାୟନ ହୋଇପାରିବ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମକୁ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ମନୋଜ ଭୋଇ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସିଡ଼ିଓ ତଥା ନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର ବ୍ଲକ ସ୍ତରୀୟ ଜନ ଶୁଣାଣି ଏଵଂ ମନରେଗା ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l ଜିଲ୍ଲା ସାମାଜିକ ସମୀକ୍ଷକ ଆର୍ତ୍ତତ୍ରାଣ ଶତପଥି ଜନ ଶୁଣାଣି କାର୍ଯକ୍ରମରେ ଆସିଥିବା ବିଭିନ୍ନ ଅଭିଯୋଗ ଗୁଡ଼ିକ ପଠନ କରିଥିଲେ ଏବଂ ଏସବୁ ଅଭିଯୋଗ ଉପରେ ଶୁଣାଣି କରିବା ସହିତ ଉପଯୁକ୍ତ ପଦକ୍ଷେପ ନେବାକୁ ବିଡ଼ିଓଙ୍କୁ କହିଥିଲେ । କାର୍ଯ୍ୟକ୍ରମରେ ମନରେଗା ଯୋଜନାର ସମୁଦାୟ ୬୫ ଗୋଟି ଅଭିଯୋଗ ଉପରେ ଶୁଣାଣି ହୋଇଥିଲା । ଏଥିମଧ୍ୟରୁ ବିଭିନ୍ନ ଗ୍ରାମ ପଞ୍ଚାୟତର ୩୦ ଗୋଟି , ଉଦ୍ୟାନ ବିଭାଗର ୧ ଟି, ଜଙ୍ଗଲ ବିଭାଗର ୧୦ ଗୋଟି, ଆଇଟିଡିଏ ବିଭାଗର ୬ ଗୋଟି, ମୃତ୍ତିକା ସଂରକ୍ଷଣ ବିଭାଗର ୧୮ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ସେହିପରି ପଞ୍ଚଦଶ ଅର୍ଥ ଆୟୋଗ ଯୋଜନାର ସମୁଦାୟ ୧୯ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା l ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ମନୋଜ ଭୋଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Recent Comments