କଣିହାଁ/୨୯/୦୧/୨୦୨୫/ (ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଏମସିଏଲର ଭାରତୀୟ ମଜଦୂର ସଂଘ ଶ୍ରମିକ ସଂଗଠନର ବନ୍ଧୁମିଳନ ଉତ୍ସବ ନିକଟସ୍ଥ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ବୁଧବାର ଆୟୋଜିତ ହୋଇଯାଇଛି। ଏହି ଅବସରରେ ସଂଗଠନର ସଭାପତି ଅଭୟ କୁମାର ସାହୁ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ,ତାଳଚେର କୋଲ୍ ଫିଲଡ଼ ର ବିଏମଏସ୍ ସଭାପତି କିଶୋର ଚନ୍ଦ୍ର ପ୍ରଧାନ,ଉପ ସଭାପତି ସଞ୍ଜିତ୍ ମହାପାତ୍ର, କଣିହା କୋଇଲା ଖଣିର ମହାପ୍ରବନ୍ଧକ ନରେଶ ସିଂହ ରାଣା ,ଦିନେଶ କୁମାର ମାଳି, ପ୍ରକଳ୍ପ ଅଧିକାରୀ ଶିଶିର କୁମାର ଶତପଥୀ, ମ୍ୟାନେଜର୍ ରତ୍ନାକର ବେହେରା,ଡାକ୍ତର ଏମ୍ ଏଫ ଆଲମ,କଣିହା ଓସିପି ର ସମ୍ପାଦକ ଚିନ୍ମୟ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ବିଏମ୍ଏସ୍ ଶ୍ରମିକ ସଂଗଠନକୁ କଣିହାଁ ଏମସିଏଲରେ କିପରି ସୁଦୃଢ କରିବା ସେନେଇ ଅତିଥି ମତବ୍ୟକ୍ତ କରିଥିଲେ।
ଆଗାମୀ ଦିନରେ ବିଏମଏସ୍ କୁ କିଭଳି ସୁଦୃଢ କରାଯିବ ,ସଂଗଠନକୁ କିଭଳି ମଜଭୁତ କରାଯାଇ ଏମସିଏଲରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ଉନ୍ନତି କରାଯିବ ,ସେମାନଙ୍କର ବିଭିନ୍ନ ଦାବୀ ଗୁଡିକ ପୂରଣ କରାଯିବ ସେଥିପାଇଁ ଚେଷ୍ଟିତ ହେବାକୁ ଅତିଥି ମତ ପ୍ରକାଶ କରିଥିଲେ I ସର୍ବଭାରତୀୟ ସ୍ତରରେ ବିଏମଏସ୍ ଶ୍ରମିକ ସଂଗଠନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏମସିଏଲରେ ବିଏମ୍ଏସ୍ ସଙ୍ଗଠନକୁ କିଭଳି ଅଧିକରୁ ଅଧିକ ଶ୍ରମିକ ଯୋଗ ଦେବେ ଓ ସଂଗଠନକୁ ଏମସିଏଲରେ ସଂଗଠନ ପ୍ରଥମ ସ୍ଥାନ ହାସଲ କରିବା ପାଇଁ ଅତିଥି ମାନେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଆଲୋଚନା କରିଥିଲେ I
ଏଥିରେ ଶ୍ରମିକ ମାନଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ମେଲୋଡିରେ ଶ୍ରମିକ ମାନଙ୍କ ପରିବାରର କୁନିକୁନି ପିଲାମାନେ ନାଚ ଗୀତରେ ଅଭିନୟ କରିଥିଲେ l କଣିହାଁ ପ୍ରକଳ୍ପର ପ୍ରାକ୍ତନ ମହାପ୍ରବନ୍ଧକ କିଶୋର କୁମାର ରାଉଳ ଓ ତାଳଚେର ଠିକା ଶ୍ରମିକ ସଙ୍ଗଠନର ମନୋଜ କୁମାର ପ୍ରଧାନ ଯୋଗଦେଇ ଶ୍ରମିକ ମାନଙ୍କ ସହିତ ସାମିଲ ହୋଇଥିଲେ ବେଳେ ଏହି ବନ୍ଧୁ ମିଳନରେ, ମନରଞ୍ଜନ କାର୍ଯ୍ୟକ୍ରମ ମେଲୋଡି ସଂଗୀତ ପରିବେଷଣ ହୋଇଥିଲା I ଏଥିରେ ଏମସିଏଲ ଏରିଆ ସାଧାରଣ ସମ୍ପାଦକ ସମରେନ୍ଦ୍ର ପ୍ରଧାନ, ବିକାଶ ସାମଲ, ସମୀୟ ରଞ୍ଜନ ସାମଲ, ମାନସ ସାମଲ, ଜଗନ୍ନାଥ ସାହୁ, ଅରୁଣ ସାହୁ, ଜିତେଶ ଧର, ବିଜୟ କୁମାର ସାମଲ, ରମେଶ ସାମଲ, ସରୋଜ ସାହୁ, ଅଧର ସାହୁ, ସୁଶାନ୍ତ ସାମଲ, ପ୍ରମୁଖ ବିଭିନ୍ନ ପଦାଧିକାରୀଙ୍କ ସହିତ ଶ୍ରମିକସଂଗଠନର ଅନେକ କାର୍ଯ୍ୟକର୍ତ୍ତା ସମେତ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ,ଭାଜପା ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଯୋଗଦାନ କରିଥିଲେ I
Recent Comments