logo
add image
 ରେଙ୍ଗାଲିରେ ସ୍ୱର୍ଗତ ନବକିଶୋର ଦାଶଙ୍କ ସ୍ମୃତିରେ ପଦ୍ମା ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର

ରେଙ୍ଗାଲିରେ ସ୍ୱର୍ଗତ ନବକିଶୋର ଦାଶଙ୍କ ସ୍ମୃତିରେ ପଦ୍ମା ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର


ରେଙ୍ଗାଲି/ସମ୍ବଲପୁର/୨୯/୦୧/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଆଜି ସ୍ୱର୍ଗତ ନବକିଶୋର ଦାଶଙ୍କ ସ୍ମୃତିରେ ତାଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ,ପଦ୍ମା ଫାଉଣ୍ଡେସନ ତରଫରୁ ଏକ ମେଘା ରକ୍ତଦାନ ଶିବିର ରେଙ୍ଗାଲି ସ୍ଥିତ ହରିହର ଧର୍ମଶାଳାଠାରେ ଅନୁଷ୍ଠିତ କରାଯାଇଛି l ପଦ୍ମା ଫାଉଣ୍ଡେସନର ସଭାପତି ମହେନ୍ଦ୍ର ଓରାମଙ୍କ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଯୋଗଦେଇ ରକ୍ତଦାନର ମହତ୍ୱ ବିଷୟରେ କହିଥିଲେ ଏବଂ ଅପରାହ୍ନ ୩ ଟା ସମୟରେ ରେଙ୍ଗାଲି ପଂଚାୟତ ଛକଠାରେ ଶ୍ରଦ୍ଧାଞ୍ଜଳି ସଭା ପାଳିତ ହୋଇଯାଇଥିଲା l ଏହି ସଭାରେ ସ୍ବର୍ଗତ ନବକିଶୋର ଦାସଙ୍କ ପୁଅ ବିଶାଳ ଦାସଙ୍କ ଉପସ୍ଥିତିରେ ରେଙ୍ଗାଲି ଅଂଚଳର ବିଭିନ୍ନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ସେମେତ ରେଙ୍ଗାଲି ଅଞ୍ଚଳ ଜନସାଧାରଣ ଯୋଗଦେଇଥିଲେ l  ଏହି ଅଂଚଳର ବିଭିନ୍ନ ସଂଗଠନ ବିଭିନ୍ନ ଦଳର ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହିଥିଲେ l ପ୍ରଥମେ ସ୍ୱର୍ଗତ ନବ କିଶୋର ଦାଶଙ୍କ ଫୋଟୋ ନିକଟରେ ଦୀପ ପ୍ରଜ୍ବଳନ କରାଯାଇଥିଲା l ପରେ ସମସ୍ତେ ଶୋକବ୍ୟକ୍ତ କରିଥିଲେ ଏବଂ ସମସ୍ତଙ୍କ ମୁହଁରୁ ଗୋଟେ ନାରା ଦେଖିବାକୁ ମିଲିଥିଲା।ନବଦାଶ ଅମର ରହେ ବୋଲି l ନବ ଦାଦା ଚାଲିଯାଇଛନ୍ତି ହେଲେ ରେଙ୍ଗାଲି ବାସିଙ୍କ ପାଇଁ ଆଜିବି ସେ ଅମର ବୋଲି ଅନେକ ବ୍ୟକ୍ତି ମତପ୍ରକାଶ କରିଛନ୍ତି l

Recent Comments

Leave Comments

Top