ବୌଦ୍ଧ/୨୯ା୧/୨୦୨୫/ (ଆଧାର ମିଡ଼ିଆ)- ବୌଦ୍ଧ ପୋଲିସ୍ କୁ ମିଳିଛି ଆଉ ଏକ ବଡ଼ ସଫଳତା.ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଚଢଉକରି ୫୬୦ କିଲୋ ଗଞ୍ଜେଇ ସହିତ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଚୋରା ଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ପେକିଂ ଚାଲିଥିବା ସଂପର୍କରେ ସୂଚନା ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନ।ଗର।ଜ୍ ଦେବର୍ କଣ୍ଡ।ଙ୍କ ନିର୍ଦେଶରେ ବୌଦ୍ଧଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱରେ ଏକଟିମ୍ ବୌଦ୍ଧ ବ୍ଲକ ଆମ୍ବଝରି ଗ୍ରାମପାୟତର ବନ୍ଧବଳଦିଆ ନାଳ ନିକଟ ରାସ୍ତାରେ ଚଢଊ କରିଥିଲେ । ପୁଲିସକୁ ଦେଖି ଜଣେ ଗଞ୍ଜେଇ ଚାଲାଣକାରୀ ଫେରାର ହୋଇଯାଇଥିବାବେଳେ ଅନ୍ୟଜଣେ ଅଭିଯୁକ୍ତ ମନମୁ୍ଣ୍ଡା ଥାନା ଅନ୍ତର୍ଗତ କୁରୁମୁଣ୍ଡା ଗ୍ରାମର ମିଥୁନ ହାତୀ(୩୦)ଙ୍କୁ ଏକ ବାଇକ୍( ଓଡି ୩୧ଜି ୮୫୦୩) ସହିତ ଗିରଫ କରିଛି । ଜବତ ଗଞ୍ଜେଇର ପରିମାଣ ୫୬୦ କିଲୋ ହୋଇଥିବାବେଳେ ବୌଦ୍ଧଥାନା ପକ୍ଷରୁ ଏକ ମାମଲା ରୁଜୁକରି ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହିତ ଘଟଣାର ତଦନ୍ତ ଜାରିରଖିଛି ।
Recent Comments