logo
add image
ଉପ ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା ମାରାଥନ ଭିତ୍ତିପ୍ରସ୍ତର।

ଉପ ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା ମାରାଥନ ଭିତ୍ତିପ୍ରସ୍ତର।

ଵଳଙ୍ଗା/ପୁରୀ/୩୧/୧/୨୦୨୫/-( ଆଧାର ମିଡ଼ିଆ )-ଜଳସମ୍ପଦ ବିଭାଗ ପକ୍ଷରୁ ଵଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀବନ୍ଧର ଖିରିଖିଆ ଗ୍ରାମଠାରେ ନଦୀବନ୍ଧର ସୃଦୁଢ଼ୀ କରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଆଜି ଦିଵା୧୨ ଘଟିକାରେ ଅନୁଷ୍ଠିତ ହୋଇଛି ।ଜଳସମ୍ପଦ ବିଭାଗ ପକ୍ଷରୁ ଖରିଖିଆ ଗୋପିନାଥପୁର, ତେରହଳ,ହରିପୁରୁ, ୧କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ସୃଦୁଢ଼ୀ କରଣ କାର୍ଯ୍ୟକୁ ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତରର ଶୁଭାରମ୍ଭ କରିଥିଲେ ।ପରେ ନୁଆସନ୍ଥ ପଞ୍ଚାୟତ ଅଧୀନ ଘୋଡକ ଛକଠାରେ ଗ୍ରାମ୍ୟ ବିକାଶ ବିଭାଗ ଦ୍ଵାରା ଦୁଇଟି ପ୍ରକଳ୍ପ ଯଥା ଗବକୁଣ୍ଡ ଠାରୁ ବଳଙ୍ଗା ରାସ୍ତାର ପ୍ରଶସ୍ତିକରଣ ଏବଂ ନିମାପଡ଼ା - ବଳଙ୍ଗା ରାସ୍ତାଠାରୁ ବେରବୋଇ ରାସ୍ତାର ମରାମତି କାର୍ଯ୍ୟର ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ତହସିଲଦାର ବସନ୍ତ କୁମାର ହାତୀ ,ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠ ଦଳାଇ ଶାଇସଶାସନ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧିକାରୀ ସଂଗ୍ରାମ ମହାନ୍ତି,ପୁରୀ ଜିଲ୍ଲା କୃଷିକ ମୋର୍ଚା ଉପସଭାପତି ଅଜୁର୍ନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

Recent Comments

Leave Comments

Top