ପିପିଲି/ପୁରୀ/୧୦ /୨ /୨୦୨୫/( ଆଧାର ମିଡ଼ିଆ )ସତ୍ୟବାଦୀ ପଞ୍ଚସଖା ପଡିଆରେ ଆସନ୍ତା ୧୪ ତାରିଖରୁ ତିନିଦିନ ବ୍ୟାପି ଅଷ୍ଟମ ସତ୍ୟବାଦୀ ମହୋତ୍ସବ ଅନୁଷ୍ଠିତ ହେବ।ଏହି ଅବସରରେ ମହୋତ୍ସବ କମିଟି ପକ୍ଷରୁ ସତ୍ୟବାଦୀ ହାଇସ୍କୁଲ ପରିସରରେ ବ୍ଲକ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବ୍ଲକର ୧୫୩ ବିଦ୍ୟାଳୟର ୨୭୦ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ।କନିଷ୍ଠ, ମଧ୍ୟମ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗିତା ଚିତ୍ରାଙ୍କନ,ସାଧାରଣ ଜ୍ଞାନ, ସଂଗୀତ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ପ୍ରତ୍ୟେକ ବିଭାଗରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଷ୍ଠ କୃତି ପ୍ରତିଯୋଗୀଙ୍କୁ ମହୋତ୍ସବର ଅତିଥିମାନେ ମାନପତ୍ର ପ୍ରଦାନ ପୂର୍ବକ ସଂବୋଧିତ କରାଯିବ ବୋଲି ମହୋତ୍ସବ କମିଟିର ସହ ସଂପାଦକ ଭବାନୀ ଶଙ୍କର ନନ୍ଦ ସୂଚନା ଦେଇଛନ୍ତି।ମହୋତ୍ସବ କମିଟି ପକ୍ଷରୁ ସାଂସ୍କୃତିକ ସଂପାଦକ ବଦ୍ରିନାରାୟଣ ଖୁଣ୍ଟିଆଙ୍କ ସହ ବରିଷ୍ଠ ସଦସ୍ୟ ଦିଲୀପ କୁମାର ମହାନ୍ତି ଓ ଶରତ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ବିଚାରକ ଭାବରେ ଜିତେନ୍ଦ୍ର କୁମାର ବେହେରା, ଅଶୋକ କୁମାର ଦାସ ଦାୟିତ୍ୱ ସଂପାଦନ କରିଥିଲେ।ସତ୍ୟବାଦୀ ହାଇସ୍କୁଲ ଶିକ୍ଷୟତ୍ରୀ ପ୍ରତୀକ୍ଷା ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ।
Recent Comments