କଣ୍ଟାମାଳ/ ବୌଦ୍ଧ/୧୧/୦୨/୨୦୨୫/ (ଆଧାର ମିଡ଼ିଆ//ପ୍ରଭଞ୍ଜନ ପୁରୋହିତ )-ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏବଂ କଣ୍ଟାମlଲ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଦିନ ତମାମ କଣ୍ଟାମାଳ ବ୍ଲକର ବିଭିନ୍ନ ଅଂଚଳ ଗସ୍ତକରି ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ କରିଥିଲେ | ମିଳିଥିବା ସୂଚନା ଅନୁଯାୟୀ ବିଧାୟକ ଶ୍ରୀ ଡାଙ୍ଗ ଓ ଜିଲ୍ଲାପାଳ ଶ୍ରୀ ପଣ୍ଡା ନାରାୟଣ ପ୍ରସାଦ ଗ୍ରାମ ପଂଚାୟତ ଠାରେ ବ୍ୟlଙ୍କିଂ ସୁବିଧା କେନ୍ଦ୍ର ଏବଂ ପଂଚାୟତ ସୁବିଧା କେନ୍ଦ୍ରର ଶୁଭ ଉଦଘାଟନ କରିଥିବା ବେଳେ ଖମନମୁଣ୍ଡା ଗ୍ରାମ ପଂଚାୟତରେ ଦିବ୍ୟାଙ୍ଗ,ପୁରୁଷ, ମହିଳା ମାନଙ୍କ ପାଇଁ ପରିସ୍ରା ଗାରର ଶୁଭ ଉଦଘାଟନ କରିଥିଲେ. ଖମନମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଢ଼େନମାଲ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ, ଖମନମୁଣ୍ଡାର ହରିଜନସାହିରେ କମ୍ୟୁନିଟି ମଣ୍ଡପର ଶୁଭ ଉଦଘାଟନ ଓ ଖମନମୁଣ୍ଡା ଠାରେ ବ୍ୟାକିଙ୍ଗ ସୁବିଧା କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ lସେହିପରି ସଦାନନ୍ଦ ଉଚ୍ଚ ବିଦ୍ୟାଳୟ,ରିଙ୍ଗାପଡ଼ା ପଂଚାୟତ ଉଚ୍ଚ ବିଦ୍ୟାଳୟ, ଦ୍ଵିଗୁନମାଲ, ରେଗାମୁଣ୍ଡାରେ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ନାରାୟଣପ୍ରସାଦ ଏବଂ ଖମନମୁଣ୍ଡାର ଦ୍ଵିଗୁନମାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର, ଛାତ୍ରୀଙ୍କୁ ଉଦବୋଧନ ଦେଇ ପରୀକ୍ଷାରେ ସଫଳତାର ମନ୍ତ୍ର ପ୍ରଦାନ କରିଥିଲେ. ଏଥିସହ ନାରାୟଣପ୍ରସାଦ ଗ୍ରାମ ପଂଚାୟତରେ ଗ୍ରାମୀଣ ହାଟର ଶୁଭ ଉଦଘାଟନ କରିଥିଲେ l ଏଥି ସହିତ ନାରାୟଣପ୍ରସାଦ ଠାରେ ଚାଲିଥିବା ପ୍ରାଥମିକ କୃଷି ସମବାୟ ସମିତି ର ଧାନ କ୍ରୟ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ | ମଣ୍ଡିରେ ସମସ୍ତ କାମ ଠିକଠାକ ଚାଲିଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ l ପରେ ପରେ ନାରାୟଣପ୍ରସାଦ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ lଜିଲ୍ଲାପାଳଙ୍କ ଗସ୍ତ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, କଣ୍ଟାମାଳ ବ୍ଲକ୍ ବିଡ଼ିଓ ସାମ୍ମି ଜୟ ଶ୍ରୀ ରେଡ଼ିଙ୍କ ସମେତ ଅନ୍ୟାନ୍ୟ ବ୍ଲକସ୍ତରୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ l
Recent Comments