logo
add image
ନେପାଲୀ ଛାତ୍ରୀ ଆତ୍ମହତ୍ୟା ଘଟଣା,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏବିଭିପିର ବିକ୍ଷୋଭ

ନେପାଲୀ ଛାତ୍ରୀ ଆତ୍ମହତ୍ୟା ଘଟଣା,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏବିଭିପିର ବିକ୍ଷୋଭ

ବଲାଙ୍ଗିର/୨୦/୨/୨୦୨୫/ (ଆଧାର ମିଡ଼ିଆ)-ବଲାଙ୍ଗିର ଏବିଭିପି  ତରଫରୁ ଭୁବନେଶ୍ଵରର ଘରୋଇ ଅନୁଷ୍ଠାନ କିଟ୍ ବିଶ୍ୱବିଦ୍ୟାଳୟରେ ଯେଉଁ ଭଳି ଭାବରେ ନେପାଳୀ ଛାତ୍ରଛାତ୍ରୀଙ୍କ ଉପରେ ଅମାନୁସିକ ଅତ୍ୟାଚାର କରାଯାଇଛି ତାର ପ୍ରତିବାଦରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହିଶିକ୍ଷା ଅନୁଷ୍ଠାନର ମାଲିକ ଅଚ୍ୟୁତ ସାମନ୍ତକୁ ତୁରନ୍ତ ଗିରଫକରି ଶିକ୍ଷାନୁଷ୍ଠାନକୁ ସିଲ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଠାରେ ଦୃଢ ଦାବିକରାଯାଇଛି । କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲ ରୁମ୍‌ରେ ଗତ ରବିବାର ୨୦ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମ୍‌ସଲ୍ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ନେପାଳୀ ଛାତ୍ରମାନେ ବିରୋଧ କରିବା ପରେ ସେମାନଙ୍କୁ ମାଡ଼ମାରି ବିଶ୍ବବିଦ୍ୟାଳୟ ପରିସରରୁ ବାହାର କରିଦିଆଯିବା ଘଟଣାକୁ ନେଇ ସାରା ରାଜ୍ୟରେ ଏବିଭିପି ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଫାଟକ ସମ୍ମୁଖରେ ଶୁକ୍ରବାର କିଟ୍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତିଙ୍କ କୁଶ ପୁତ୍ତଳିକା ଦାହକରି ବିକ୍ଷୋଭ ପ୍ରଦର୍ଶନ କରିଛି ବଲାଙ୍ଗିର ଏବିଭିପି। ଘଟଣାର ନିରପେକ୍ଷ ତଦନୁକରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି। ଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ମାନସିକ ନିର୍ଯାତନା ଦେଉଥିବା ପ୍ରତିବାଦରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ମଧ୍ୟ କରିଛନ୍ତି, ଏହି ବିକ୍ଷୋଭର ବଲାଙ୍ଗିର ବିଭାଗ ସଂଯୋଜକ ସ୍ବରାଜ ପୁରୋହିତଙ୍କ ନେତୃତ୍ୱ ନେଉଥିବା ବେଳେ ଏଥିରେ ଜିଲ୍ଲା ସଂଯୋଜକ ଉତ୍ତମ ବରାଡ, ନଗର ସମ୍ପାଦକ ତେଜରାଜ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆୟୁଷ ଯୋଶୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Recent Comments

Leave Comments

Top