ବାଲିଗୁଡା/ ୨୦/୦୨/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ନୂତନ ଭାବେ ଗୁଣୁପୁରରୁ ବଦଳି ହୋଇ ଆସି ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ଗୁରୁବାର କ.ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା ଓ ଜିଲ୍ଲାପରିଷଦ ସଦସ୍ୟା ଅନିତା ମଲିକଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ବିଜେଡ଼ି ସଦସ୍ୟ ବୃନ୍ଦ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇବା ସହ ବ୍ଲକର ପ୍ରତ୍ୟେକ କାର୍ଯ୍ୟକ୍ରମ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇ ସାମୁହିକ ବିକାଶ ହୋଇପାରିବ ସେନେଇ ସମସ୍ତ ସଦସ୍ୟ ଆଲୋଚନା କରିଥିଲେ l ନୂତନଭାବେ ଯୋଗଦାନ ଦେଇଥିବା ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ ସବୁ ସଦସ୍ୟଙ୍କ ସହଯୋଗରେ ଗ୍ରାମାଞ୍ଚଳ ଓ ବ୍ଲକର ବିକାଶ ସମ୍ଭବ ବୋଲି କହି ସହଯୋଗ କାମନା କରିଥିଲେ l
Recent Comments