logo
add image
ସିନାପାଲି ମେହେରପଡ଼ା ବିଦ୍ଯାଳୟର ବାର୍ଷିକ ଉତ୍ସଵ ପାଳିତ .

ସିନାପାଲି ମେହେରପଡ଼ା ବିଦ୍ଯାଳୟର ବାର୍ଷିକ ଉତ୍ସଵ ପାଳିତ .

ସିନାପାଲି/ନୂଆପଡ଼ା/୦୬/୦୩/୨୫/(ଆଧାର ମିଡ଼ିଆ/ହେରାମ୍ବ ମେହେର )-ନୂଆପଡ଼ା ଜିଲ୍ଲା ସିନାପାଲି ସହର ସ୍ଥିତ ମେହେରପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ଆମ ସଂସ୍କୃତି ଆମ ଖେଳଣା ତଥା ବିଦ୍ଯାଳୟର ବାର୍ଷକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅସ୍ମିତା ପାଢୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ମି ଓରାମ, ମୁଖ୍ଯବକ୍ତା ଏବିଇଓ ପ୍ରଦୀପ କୁମାର ପଣ୍ତା, ବିଶିଷ୍ଟ ଅତିଥି  ଆଇନଜୀବୀ ବୈଶମ୍ପାୟନ ମେହେର ଓ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ଯ ମନିଷ କୁମାର ପଟେଲ, ସରପଞ୍ଚ ସୁନୀତା ମେହେର, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ଯ ପ୍ରିୟରଞ୍ଜନ ମେହେର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ପ୍ରାରମ୍ଭରେ ଶିକ୍ଷକ ଲୋଚନ ମେହେର ଅତିଥିଙ୍କୁ ଆମନ୍ତ୍ରଣ କରିବା ସହ ମଞ୍ଚ ପରିଚାଳନା କରିଥିଲେ ,ଏ ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭନ୍ନ ପ୍ରତିଯୋଗିତାର କୄତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଓ ପରେ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା l ଶିକ୍ଷୟିତ୍ରୀ ସନ୍ତୋଷିନୀ ମେହେର, ଶିକ୍ଷକ ବିଶ୍ୱାମିତ୍ର ବାଗଙ୍କ ସହ ଛାତ୍ରଛାତ୍ରୀ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ଲୋକନାଥ ମେହେର କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ l

Recent Comments

Leave Comments

Top