logo
add image
ସର୍ବଭାରତୀୟ ବିଂଝାଲ ସମାଜର ମହାସଭା ପ୍ରସ୍ତୁତି ବୈଠକ

ସର୍ବଭାରତୀୟ ବିଂଝାଲ ସମାଜର ମହାସଭା ପ୍ରସ୍ତୁତି ବୈଠକ

ପଦ୍ମପୁର/୧୦/୩/୨୦୨୫/ (ଆଧାର ମିଡ଼ିଆ //ଡିଲେଶ୍ୱର ବାଗ): ଆସନ୍ତା ଏପ୍ରିଲ ମାସରେ ସର୍ବଭାରତୀୟ ବିଂଝାଲ ସମାଜର ମହାସଭା ପାଇଁ ଏକ ପ୍ରସ୍ତୁତି ବୈଠକ ପଦ୍ମପୁର ଗୋରୁ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆସନ୍ତା ବିନ୍ଧ୍ୟବାସିନୀ ପୂଜା ଅବସରରେ ବିଂଝାଲ ସମାଜର ମହାସଭା ଅନୁଷ୍ଠିତ ସକାଶେ ବିଶଦ ଭାବରେ ଆଲୋଚନା ହୋଇଥିଲା l ଏହି ବୈଠକରେ ପଦ୍ମପୁର, ଗାଇସିଲେଟ,ପାଇକମାଳ,ଝାରବନ୍ଧ,ସୋହେଲା,ପାଟଣାଗଡ, ସୋନପୁର, ଡୁଙ୍ଗୁରିପାଲି, ବରପାଲି ବ୍ଲକ ତଥା ଛତିଶଗଡ ଅଞ୍ଚଳରୁ ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ l  ପଦ୍ମପୁର ରାଜା  ଶ୍ରୀ ପ୍ରତାପ କେଶରୀ ସିଂ ବରିହା, ପୂର୍ବତନ ଲାଟ ସଭାପତି-ନାରଦ ବରିହା, ଲୋଚନ ବରିହା, ସଞ୍ଜୟ ଜରଜରିଆ,ଗୋବିନ୍ଦ ବରିହା, ଶଶୀଭୁଷଣ ବରିହା, ଦ୍ରୋଣ କନ୍ଦା,ଚୈତନ ବରିହା, ଚେରୁ ବରିହା ,ବଳରାମ ବରିହା,ରଂଜିତ ବରିହା, ସୁଭାଷ ବରିହା, ବିରଞ୍ଚି ବରିହା, ଦୁର୍ଯ୍ୟନ ସିଂ ବରିହା,ବଳରାମ ବରିହା, ନୀଳମଣି ବରିହା, ରଂଜିତ ବରିହା ,ସୌଦାଗର ବରିହା,ପ୍ରକାଶ ବରିହା ଇତ୍ୟାଦି ମହାସଭା କୁ ମହାଆଡମ୍ବରରେ ପାଳନ କରିବା ପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

Recent Comments

Leave Comments

Top