logo
add image
ଖନ୍ଦାଢିପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ।

ଖନ୍ଦାଢିପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ।

ରେଢ଼ାଖୋଲ/ସମ୍ବଲପୁର/୧୨/୦୩/୨୦୨୫/-(ଆଧାର ମିଡ଼ିଆ//ରିପୋର୍ଟ-ଭିକାରି ପ୍ରଧାନ )-ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ଖନ୍ଦାଢ଼ିପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବୁଧୁବାର ଦିନ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବରେ ଏନଏସି ଆଞ୍ଚଳିକ ସାଧନ ସଂଯୋଜକ ବିଦ୍ୟାଧର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହାବୀର ସିଂଦେଓ ,ଉପସଭାପତି ତଥା ସମ୍ପାଦକ ତପନ କୁମାର ବିଶ୍ଵାଳ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ପ୍ରଧାନ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅତିଥିଗଣଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।
ଏହାପରେ ଅତିଥି ମାନଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବଳନ ପୂର୍ବକ ମା ସରସ୍ଵତୀଙ୍କ ଆଶୀର୍ବାଦ ଭିକ୍ଷl କରି ବାର୍ଷିକ ଉତ୍ସବର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ  ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ଜଳ କାମନା କରି ଉଦବୋଧନ ଦେଇଥିଲେ। ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ପ୍ରଧାନଙ୍କ ଦ୍ଵାରା ବାର୍ଷିକ ଉତ୍ସବର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା। ପୂର୍ବରୁ କ୍ରୀଡା ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶେଷ କରି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣରେ ସମସ୍ତେ ବିମୋହିତ ହୋଇଥିଲା। ଏହି ବାର୍ଷିକ ଉତ୍ସବର ବିଦ୍ୟାଳୟର ଶିକ୍ଷକ ଖଗେଶ୍ବର ପ୍ରଧାନ ସଭା ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ପରିଚାଳନା କମିଟି ସଭ୍ୟା ରାଜଶ୍ରୀ ମହାନ୍ତି, ଗୀତାଞ୍ଜଳି ମହାକୁଡ଼, ପ୍ରମିଳା ମହାକୁଡ଼, କଳ୍ପନା ବେହେରା, ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନୁପମା ମିଶ୍ର, ସରିତା ବେହେରା, ପଦ୍ମିନୀ ସାହୁ, ରୋହିଣୀ ପୋଢ଼, ନମିତlରlଣି ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ,ଅଭିଭାବକ ମାନେ ଉପସ୍ଥିତ ଥିଲେ.

Recent Comments

Leave Comments

Top