logo
add image
ବିଦ୍ୟାଳୟ ବାର୍ଷିକ ଓ କ୍ରୀଡା ଉତ୍ସବ ପାଳିତ

ବିଦ୍ୟାଳୟ ବାର୍ଷିକ ଓ କ୍ରୀଡା ଉତ୍ସବ ପାଳିତ

ଗୁଣୁପୁର/ରାୟଗଡା/୧୩/୩/୨୦୨୫/(ଆଧାର ମିଡ଼ିଆ)-ସ୍ଥାନୀୟ ବିକ୍ରମପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ଓ କ୍ରୀଡା ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ସିଂ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଜ୍ଞାନ ପିପାସୁ ହେବାସହ ଶୃଙ୍ଖଳିତ ଜୀବନ ଯାପନ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୌଭାଗ୍ୟ ଚନ୍ଦ୍ର ପତିତ ଯୋଗଦେଇ ନୂତନ ଶିକ୍ଷା ନୀତି ସମ୍ପର୍କରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ନରସିଂହନାଥ ମହାନ୍ତି, କାଉନ୍ସେଲର ଶିବ ପ୍ରସାଦ ପାଢ଼ୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରବୀଣ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନେ ବିନା ଭୟ ଓ ବିନା ଚାପରେ ଶିକ୍ଷା ଗ୍ରହଣ କରିବା ସହ ଜଣେ ଜଣେ ଆଦର୍ଶ ଛାତ୍ର ଛାତ୍ରୀ ହେବାକୁ ଆହ୍ୱାନ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା କୁମାରୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ସୁରେଶ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଧର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଶିକ୍ଷୟିତ୍ରୀ ନିଳିମା ଓ ସୁଶ୍ରୀତା ସାହୁଙ୍କ ନିର୍ଦେଶୀତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପିଲାଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ରାଧାନାଥ ପାଢ଼ୀ ଯୋଗ ଦେଇଥିଲେ

Recent Comments

Leave Comments

Top