logo
add image
ଜେମାଦେଇ ବିଦ୍ୟାଳୟ ସମୂହର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଜେମାଦେଇ ବିଦ୍ୟାଳୟ ସମୂହର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଖୋର୍ଦ୍ଧା/୨୧/୦୩/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ)-ଖୋର୍ଦ୍ଧା ଜିଲ୍ଲା ଜେମାଦେଇ ପ୍ରାଥମିକ ବିଦ୍ୟାଳୟ ଓ ଜୟୀରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ଶିକ୍ଷାବିତ୍ ଗତିକୃଷ୍ଣ ଉତ୍ତରକବାଟ ଯୋଗଦେଇ ଛାତଛାତ୍ରୀମାନଙ୍କୁ ପିତାମାତାଙ୍କ ପ୍ରତି ପୁତ୍ରକନ୍ୟାଙ୍କ ନୈତିକ କର୍ଭବ୍ୟ ଓ ପ୍ରତିଦିନ ଛାତ୍ରଛାତ୍ରୀମାନେ ଗୁରୁଜୀ ଗୁରୁମାଙ୍କ ପରି ପିତାମାତାଙ୍କୁ ମଧ୍ଯ ପ୍ରଣାମ କରିବାକୁ ପରାମର୍ଶ ଦେଇଥିଲେ । ପ୍ରତିଦିନ ପାଦଛୁଇଁ ପ୍ରଣାମକଲେ ୩୩କୋଟି ଦେବତା ସନ୍ତୁଷ୍ଟ ହୁଅନ୍ତି ବୋଲି ଆଧ୍ୟାତ୍ମିକ ମତ ରଖୁଥିଲେ । ସମ୍ମାନୀତ ଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ସଂଘର ସମ୍ପାଦକ ଦେବରାଜ ପ୍ରଧାନ ବିଦ୍ୟା ଏକ ଅମୂଲ୍ୟରତ୍ନ ବୋଲି କହିଥିଲେ । ଏହାକୁ ଆୟତନ କରିବାକୁ ହେଲେ କଠୋର ଅଧ୍ୟବସାୟ ଓ ଉପଯୁକ୍ତ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ।
କେବେ କାହାର ପରିଶ୍ରମ ବୃଥା ଯାଏନାହିଁ ବୋଲି ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ଅବସରପ୍ରାପ୍ତ ବି.ଆର.ସି.ସି. ସତ୍ୟବାନ୍ ଶ୍ରୀଚନ୍ଦନ ଭାରତୀୟ ବଂଶୋଦ୍ଭବ କଳ୍ପନା ଚାଉଲ ଓ ସୁନୀତା ଉଇଲିୟମ୍‌ଙ୍କ ପରି ବୈଜ୍ଞାନିକ ମହାକାଶ ଗବେଷଣା କ୍ଷେତ୍ରରେ କିପରି ସୁନାମ ଅର୍ଜନ କରିଛନ୍ତି ତାଙ୍କପାଇଁ ସାରାଭାରତ ଆଜିଗର୍ବିତ ବୋଲି କହିଥିଲେ । ଆଗାମୀ ଦିନରେ ଭାରତ ଆହୁରି ସଫଳ ବୈଜ୍ଞାନିକ ତୁମପରି ଛାତ୍ରଛାତ୍ରୀ ମାନଙ୍କଠାରୁ ଆଶା କରୁଛି ବୋଲି କହିଥିଲେ । ପ୍ରାଥମିକ ବିଦ୍ୟାଳୟର ଗ୍ରାମ୍ୟ ଶିକ୍ଷା କମିଟିର ଚେୟାରମ୍ୟାନ୍ ଚୁମୁକି ମଙ୍ଗରାଜ ଓ ସି.ଆର.ସି.ସି ରବୀନ୍ଦ୍ର କୁମାର ପଣ୍ଡା ସମ୍ମାନୀତ ଅତିଥ୍‌ ଭାବେ ଯୋଗ ଦେଇଥିବା ବେଳେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ଦେବୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସ‌ହକାରୀ ଶିକ୍ଷୟିତ୍ରୀ ଅନୁପମା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ।
ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ସ୍ଵାଗତ ସଙ୍ଗୀତ, ଦଳଗତ ନୃତ୍ୟ ଓ ଏକକ ନୃତ୍ୟ ପରିବେଷଣ କରିଥିଲେ । ଗଣିତ ଓ ବିଜ୍ଞାନ କ୍ଲବରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା କମଳେଶ ମୁଦୁଲିଙ୍କୁ ସ୍ୱତନ୍ତ୍ର ରୂପେ ଅତିଥୁମାନଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା । ବହୁ ସଂଖ୍ୟାରେ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଅଭିଭାବକ ଏହି ସଭାରେ ଯୋଗଦେଇଥିବାରୁ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତମାଳ ଦେଇ ସମସ୍ତଙ୍କ ସାହାଯ୍ୟ ସହଯୋଗ ପାଇ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Recent Comments

Leave Comments

Top