logo
add image
ବୌଦ୍ଧଜିଲ୍ଲା ହାଇୱା ମାଲିକ ସଂଘର ବୈଠକ, ନୂତନ କର୍ମକର୍ତ୍ତା ମନୋନୟନ

ବୌଦ୍ଧଜିଲ୍ଲା ହାଇୱା ମାଲିକ ସଂଘର ବୈଠକ, ନୂତନ କର୍ମକର୍ତ୍ତା ମନୋନୟନ

ବୌଦ୍ଧ/୨୧ /୦୩/୨୦୨୫/(ଆଧାର ମିଡ଼ିଆ)-ବୌଦ୍ଧ ସହରର ମର୍ଜାକୁଦ ଠାରେ ଜିଲ୍ଲା ହାଇୱା ମାଲିକ ସଂଘର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଆଜି ଶୁକ୍ରବାର ଦିନ ୧ ଘଣ୍ଟା ସମୟରେ ମନୋନୟନ  ହୋଇଯାଇଛି ।ଉକ୍ତ ବୈଠକରେ ବୌଦ୍ଧ ଜିଲ୍ଲା ହାଇୱା ମାଲିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମାଲିକ ମାନେ ଆଲୋଚନା କରିଥିଲେ | ଉକ୍ତ ଅବସରରେ ସଂଘର ନୂତନ କର୍ମକର୍ତ୍ତା ମନୋନୟନ କରା ଯାଇଥିଲା l ସର୍ବ ସମ୍ମତି କ୍ରମେ ଶୁଭକାନ୍ତ ମହାନ୍ତି ସଭାପତି, ଅଜୟ କୁମାର ପଣ୍ଡା ଉପ ସଭାପତି, ରଂଜୀତ କୁମାର ସାହୁ ସାଧାରଣ ସମ୍ପାଦକ, ଚିନ୍ମୟ ପାତ୍ର ଯୁଗ୍ମ ସମ୍ପାଦକ, ଅଶ୍ୱିନୀ ମହାପାତ୍ର କୋଷାଧ୍ୟକ୍ଷ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବରେ ପ୍ରଶାନ୍ତ ପଣ୍ଡା, ନଜିର ଖାନ୍,  ସୁଶାନ୍ତ କୁମାର ଖଟୁଆ ମନୋନୀତ ହୋଇଥିଲା |  ଉପଦେଷ୍ଟା ଭାବରେ ରାଜ୍ କିଶୋର ରାଜ , ରଜନୀ କାନ୍ତ ପ୍ରଧାନ, ସନ୍ତୋଷ ମହାନ୍ତି  ଓ ପରଦେଶୀ ବେହେରା ଆଇନ୍ ପରାମର୍ଶ ଦାତା ଭାବେ ମନୋନୀତ ହୋଇଥିଲେ | କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସୁମନ୍ତ କୁମାର ପ୍ରଧାନ, ବିନୋଦ ବାଘ, ଚିତ୍ତ ରଞ୍ଜନ ସେଠୀ, ବିକାଶ ଖଣ୍ଡଗିରୀ, ଓମ୍ ପ୍ରକାଶ ମେହେର, ଆଦିତ୍ୟ ମେହେର, ଅରଣ୍ୟ ସେଠୀ, ବିଜୟ କୁମାର ବାରିକ, କାର୍ତ୍ତିକ ନାଏକ, ଫାଲଗୁନି ଧଳ ଓ ବିପୁଲ୍ ବିଶ୍ବାସ ମନୋନୀତ ହୋଇଥିଲେ | ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା l 

Recent Comments

Leave Comments

Top