କାକଟପୁର/୨୨/୩/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ ) ଗତ କିଛିଦିନ ହେବ କାକଟପୁର ବସଷ୍ଟାଣ୍ଡରେ ରାତ୍ର ୯ ଟା ପରେ ମଦ୍ୟପ ମାନଙ୍କର ଆଡ୍ଡା ଜମୁଥିବାରୁ ଏ ନେଇ ଯାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ବସଷ୍ଟାଣ୍ଡରେ ନିୟୋଜିତ ହୋଇଥିବା କର୍ମଚାରୀ ଓ ସିକ୍ୟୁରିଟି କିମ୍ବା ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଶୁଣିବାର ନାହିଁ l ଖବରରୁ ପ୍ରକାଶ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଦୀର୍ଘଦିନ ଦାବୀପରେ କାକଟପୁର ଠାରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲେ ସୁଦ୍ଧା ଏହି ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କୁ ସର୍ବ ନିମ୍ନ ମୌଳିକ ସୁବିଧା ମିଳୁନାହିଁ l ସୁରକ୍ଷା ପାଇଁ ଦିବା ରାତ୍ର ସିକ୍ୟୁରିଟି ଗାର୍ଡ ଡିଉଟି କରୁଛନ୍ତି ବୋଲି କାଗଜ ପତ୍ର କହୁଛି l କିନ୍ତୁ ବାସ୍ତବ ଚିତ୍ର ଅଲଗା ବସଷ୍ଟାଣ୍ଡର ଯେଉଁଆଡେ ଦେଖିବ ଖାଲି ପାଣି ବୋତଲ ଓ ମଦ କାଚ ଗଦା ଗଦା ହୋଇ ପଡିଛି l ମଦ୍ୟପ ମାନେ ବହୁ ଚଞ୍ଚକତାରେ ବସଷ୍ଟାଣ୍ଡ ପରିସରରେ ଅନ୍ଧାରୁଆ ଜାଗା,ବସ ପଛପଟ ଓ ବସ ଛାତଉପରେ ବସି ମଦ୍ୟପାନ କରିବା ଶହ ଯାତ୍ରୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛନ୍ତି ବୋଲି ଅଭିଯୋଗ ହେଉଛି l ଏଥିପ୍ରତି ସ୍ଥାନୀୟ ପୋଲିସ ପ୍ରଶାସନ ଓ ପୁରୀ ଜିଲ୍ଲା ପରିବହନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବୀ ହୋଉଛି l
Recent Comments