ବିନିକା/୧/୪/୨୦୨୫/(ଆଧାର ମେଡିଆ ) ଆଜି ବିନିକା ହାଇସ୍କୁଲ ୧୯୭୫ ମେଟ୍ରିକ ବେଚ ଛାତ୍ର ଛାତ୍ରୀଙ୍କ ମାନଙ୍କଦ୍ବାରା ଗୁଲୁଣ୍ଡା ମଠ ପରିସର ସଫେଇ ଓ କବିତା ଆସର ଅନୁଷ୍ଟିତ ହୋଇଯାଇଛି.ହାଇସ୍କୁଲ ୧୯୭୫ ମେଟ୍ରୀକ ବେଚ ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ପ୍ରଥମେ ସାଧୁରାମ ମିଶ୍ର ଓ ଦିନବନ୍ଦୁ ନାୟକ ପ୍ରାରମ୍ଭିକ କବିତା ପାଠକରି ଥିଲେ. ଦିର୍ଘ ୫୦ ବର୍ଷ ପରେ ୧୯୭୫ ମେଟ୍ରୀକ ବେଚ ସମସ୍ତ ଛାତ୍ର ମାନଙ୍କ ଉପସ୍ଥିତରେ ହୋଇଥିବା ଏହି ମହତ କାର୍ଯ୍ୟରେ ସମସ୍ତେ ଆନନ୍ଦିତ ହୋଇଥିଳେ. ବୈଠକରେ ସମସ୍ତେ ନିଜ ନିଜର ଅତିତର ସୃତି ଚାରଣ କରିବା ସହିତ ବିନିକା ଅଞ୍ଚଳରେ ପରିବେଶ ସୁରକ୍ଷା ,ପ୍ଳାଷ୍ଟିକ ବର୍ଜ୍ଜନ ଉପରେ ଲୋକଙ୍କୁ ସଚେତନା କରିବା ସର୍ବସମ୍ମ୍ତି କ୍ରମେ ନିସ୍ପତି ଗ୍ରହଣ କରାଯାଇଥିଲା.
ବତ୍ତମାନ ସମସ୍ତେ ବରିଷ୍ଟ ନାଗରିକ ହେବାସହ ପଶ୍ଚିମ ଜିବନରେ ଉପନିତ ହୋଇଥିବାରୁ ପର୍ଯ୍ୟପ୍ତ ପରିମାଣରେ ବୃକ୍ଷ ରୋପଣ ତଥା ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମେରେ ସାମିଲ ହୋଇ ଆଗାମି ପିଢ଼ିର ମାର୍ଗଦର୍ଶକ ହେବା ସହ ପ୍ରତ୍ୟକ ବର୍ଷ ଏହିପରି କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତବ ଗ୍ରହଣ କରାଯାଇଥିଲା, ଏଥିରେ ୧୯୭୫ ମେଟ୍ରୀକ ବେଚର ଜଗତ ପତୀ ଦେହୁରୀ, ଗରିବ ସେଠୀ, ଅଶ୍ବିନି ସୁବୁଦ୍ଧି, କିଶୋର ସୁବୁଦ୍ଧି, ଧିରେନ୍ଦ୍ର ପୃଷ୍ଟି,ବାସୁଦେବ ପୁରୋହିତ, ବିଶ୍ବନାତ ପୁରୋହିତ ,ମଧୁ ପଧାନ,ମଙ୍ଗୁଲୁ ମେହେର, ଡ଼ା ଉପେନ୍ଦ୍ର ମେହେର, ଅଶ୍ବିନି ପଧାନ, ଗଜେନ୍ଦ୍ର ଓତା, ଅଶ୍ବିନି ନେପାକ, ରମାବଳ୍ଲଭ ସଡ଼ଙ୍ଗି, ବିଶ୍ବାମତ୍ର ଦାସ, ଘନଶ୍ୟାମ ମିଶ୍ର ପ୍ରମୁଖ ଉପସ୍ତିତ ଥିଲେ
Recent Comments