logo
add image
 ଶାଳଗଛ କଟାଘଟଣା: ବନବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତକଲା କାଠ:

ଶାଳଗଛ କଟାଘଟଣା: ବନବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତକଲା କାଠ:

ବାଲିଗୁଡା/୨୦/୦୪/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): ପୋଲ ନିର୍ମାଣରେ ମୂଲ୍ୟବାନ ଶାଳକାଠକୁ ସେଣ୍ଟ୍ରିଙ୍ଗରେ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ପରେ ବନବିଭାଗର ତତ୍ପରତା ଦେଖିବାକୁ ମିଳିଛି। ସକାଳ ସମୟରେ ବନବିଭାଗ ସ୍ଥିତି ପରଖି ଥିବାବେଳେ ଅପରାହ୍ନରେ ବିଭାଗ ଆକ୍ସନ ମୁଡ଼କୁ ଆସିଛି। ଦୁଇଟି ଟ୍ରାକ୍ଟର ସମେତ ବନପାଳ ବନିତା ପ୍ରଧାନ ବନରକ୍ଷୀ ସଞ୍ଜୀବ ବେହେରା ସଦଳବଳ ଓ ଶ୍ରମିଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ସେଣ୍ଟ୍ରିଙ୍ଗକୁ ବାହାର କରବା ସହ ମୂଲ୍ୟବାନ ଶାଳକାଠକୁ ବିଭାଗ ଜବତକରିଛି। ବିଭାଗ ଏବେ ଉକ୍ତ ଠିକା ସଂସ୍ଥା ଓ ସେଥିରେ ସମ୍ପୃକ୍ତି ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବନପାଳ ବନିତା ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, ଜଙ୍ଗଲରୁ ବହୁ ମୂଲ୍ୟବାନ କାଠ କଟାଯାଇଥିବା ଆଶଙ୍କା କରାଯାଇଛି । ପୂର୍ବରୁ ଉକ୍ତକାଠ ଅନ୍ୟ ଜଙ୍ଗଲରୁ ଅଣାଯାଇଥିବା ଓ ସେଥିପାଇଁ ରୟାଲଟି ପ୍ରଦାନ କରାଯାଇଥିବା ଠିକାସଂସ୍ଥା କହୁଛି। ତେବେ ଏନେଇ ବନବିଭାଗ ନିକଟରେ ଏବେସୁଦ୍ଧା କୌଣସି ପ୍ରମାଣ ମିଳିନାହିଁ। କେବଳ ବେଆଇନ ଜଙ୍ଗଲରୁ କାଠ ଟ୍ରାକ୍ଟର ଯୋଗେ ଅଣାଯାଉଥିବା ବେଳେ ବୁଡ଼ାଗୁଡା ବନପାଳ ଟ୍ରାକ୍ଟର ଠାରୁ ରୟାଲଟି କଟା ଯାଇଥିଲା। ଏଥିସହ ସିମନବାଡି ସେକ୍ସନରେ କାମ କରାଯାଉଥିବା ଉକ୍ତପୋଲ ସେଣ୍ଟ୍ରିଙ୍ଗପାଇଁ କାଠ ବ୍ୟବହାର କରାଯାଉଥିଲେ ମଧ୍ୟ କୌଣସି ଅନୁମତି ନିଆଯାଇ ନଥିନା ବିଭାଗ କହିଛି। ସେହିପରି ବାଲିଗୁଡା ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କାଠ ଜବତ କରାଯାଉଥିବା ବନପାଳ କହିଛନ୍ତି।

Recent Comments

Leave Comments

Top