logo
add image
ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଗଙ୍ଗାଶ୍ରାଦ୍ଧ କାର୍ଯ୍ୟ ଉପଲକ୍ଷେ ରକ୍ତଦାନ ଶିବିର-୯୨ୟୁନିଟ ରକ୍ତସଂଗ୍ରହ

ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଗଙ୍ଗାଶ୍ରାଦ୍ଧ କାର୍ଯ୍ୟ ଉପଲକ୍ଷେ ରକ୍ତଦାନ ଶିବିର-୯୨ୟୁନିଟ ରକ୍ତସଂଗ୍ରହ

କଣିହାଁ/୨୦/୪/୨୦୨୫/(ଆଧାର ମିଡ଼ିଆ)-କଣିହାଁ ବ୍ଲକ ଅନ୍ତର୍ଗତ ନାଲମ ଗ୍ରାମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ସ୍ମରୁତୀରେ ଗଙ୍ଗାଶ୍ରାଦ୍ଧ ଉପଲକ୍ଷେ ଡଃ ଦେବେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ନାଲମ ଗ୍ରାମ ପୁରୁଣା ସାହି କୋଠଘର ଠାରେ  ରବିବାର ଆୟୋଜିତ ଶିବିରରେ ସ୍ୱର୍ଗତଃ ଦେବେନ୍ଦ୍ର ପ୍ରଧାନଙ୍କ ସହଧର୍ମିଣୀ ବସନ୍ତ ମଞ୍ଜରୀ ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ l ପରେ  ଅନୁଗୋଳ ରକ୍ତ ଭଣ୍ଡାର କର୍ମଚାରୀଙ୍କ ଦ୍ଵାରା ୯୨ ୟୁନିଟ ରକ୍ତସଂଗ୍ରହ କରଯାଇଥିଲା l ଉକ୍ତ ଶିବିରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ସହଧର୍ମିଣୀ ମୃଦୂଳା ଠାକୁର, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ, ପାଳଲହଡ଼ା ବିଧାୟକ ଆଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ ଶିବିରକୁ ସୌମେନ୍ଦ୍ର ପ୍ରଧାନ ଓ ବିକାଶ ପ୍ରଧାନ ସଂଯୋଜନା କରିଥିଲେ l

Recent Comments

Leave Comments

Top