logo
add image
ଭିଜିଲାସନ୍ସ ଜାଲରେ ଜଳ ବିଭାଜିକାକର୍ମୀ

ଭିଜିଲାସନ୍ସ ଜାଲରେ ଜଳ ବିଭାଜିକାକର୍ମୀ

ନୂଆପଡା/୨୫/୦୪/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-ସୁଜିତକୁମାର ପ୍ରଧାନ)-ନୂଆପଡା ଜିଲ୍ଲା ଖଡିଆଳ ଜଳ ବିଭାଜିକା ପ୍ରକଳ୍ପରେ ୨୦୨୨/୨୩ ମସିହାରେ ଚେକ ଡେମ ଓ ଫିଲଡ଼ ବାଇଣ୍ଡିଙ୍ଗ ଓ ଲୁଜ ବୋଲ୍ଡର କାର୍ଯ୍ୟକରି ୫୬,୯୩,୯୫୭ ଟଙ୍କା ସରକାରୀ  ଅର୍ଥ ଅନୀୟମୀତତା ଅଭିଯୋଗରେ କାର୍ଯ୍ୟରତ ଲାଷ୍ମୀଧର ରାଉତରାୟ ଜିଲ୍ଲା ନୟାଗଡ, ଥାନା ବୋଲଗଡ଼, ଗ୍ରାମ ଦଳେଇ ସାହିଙ୍କୁ କୋରାପୁଟ ଭିଜିଲାନ୍ସ ବିଭାଗ କେଶ ନମ୍ୱର୍ ୧୭ ଡିଟିଡି ୨୪.୦୪.୨୦୨୫ ରେ ମାମଲା ରୁଜୁକରି ଗିରଫ କରିଛି ଓ ଅଧିକ ତଦନ୍ତ  ଜାରିରଖିଛି। ଶ୍ରୀ ରାଉତରାୟଙ୍କୁ ଗିରଫ କରିଥିବା ବେଳେ ତାଙ୍କସହ ମୃତ୍ତିକା ସଂରକ୍ଷଣ ବିଭାଗର ପର୍ଯ୍ୟବେକ୍ଷକ ହରିଶ୍ଚନ୍ଦ୍ର ବେଣ୍ଟକାରଙ୍କ ସଂପୃକ୍ତି ଥିବା ଜଣାପଡିଛି। ଶ୍ରୀ ବେଣ୍ଟକାର କୋର୍ଟଙ୍କ ଆଶ୍ରୟ ନେଇଥିବା ବେଳେ ଏହି ଘଟଣାରେ ଲକ୍ଷ୍ମୀଧର ରାଉତରାୟଙ୍କୁ ଭିଜିଲାନ୍ସ ବିଭାଗ ଗିରଫକରି ଅଧିକ ତଦନ୍ତ କରୁଥିବା ବିଭାଗ ପକ୍ଷରୁ ପ୍ରକାଶ।

 

Recent Comments

Leave Comments

Top