ପଦ୍ମପୁର/ବରଗଡ/୨୬/୪.୨୦୨୫/ ଆଧାର ମିଡ଼ିଆ//ରିପୋର୍ଟ-ଡିଲେଶ୍ୱର ବାଗ): ଶନିବାର ପଦ୍ମପୁର ମାରୱାଡି ଧର୍ମଶାଳା ଠାରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠନେତା ତଥା ପୂର୍ବତନ ନଗରପାଳ ସ୍ବର୍ଗତ ସତ୍ୟବାନ ଅଗ୍ରୱାଲଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଅଗ୍ରୱାଲ ୧୯୯୭ ରୁ ୨୦୦୩ ପର୍ଯ୍ୟନ୍ତ ପଦ୍ମପୁର ନଗରପାଳ ଦାୟିତ୍ୱ ତୁଲାଇଥିବା ବେଳେ ଦୁଇଥର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ। ସେ ଭାଜପାର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଏକ ମାତ୍ର ପୁତ୍ର ସୁନିଲ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ଅଗ୍ରୱାଲଙ୍କ ଵିୟୋଗରେ ଆଜି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନିଜର ଅଭିଭାଷଣ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ, ମାରୱାଡି ସମାଜ ସଭାପତି ଅମରଦୀପ ଅଗ୍ରୱାଲ,ବିଜେପି ଯୁବ ନେତା ପ୍ରିତେଶ ବହିଦାର, ଲାୟନ୍ସ କ୍ଲବ ସଭାପତି ପ୍ରୀତମ ମେହେର, ବଜରଙ୍ଗ ଦଳ ଆବାହକ ସୁରେଶ ରାମଚନ୍ଦାନୀ, ଜୟ ନାରାୟଣ ତ୍ରିପାଠୀ, ଭକ୍ତ ଚରଣ ସାହୁ, ରୋହିତ ମେହେରଙ୍କ ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ସମାଜସେବୀ, ବୁଦ୍ଧିଜୀବୀ ଯୋଗଦେଇଥିଲେ। ସରୋଜ ସାମଲ ମଞ୍ଚ ପରିଚାଳନା କରିଥିବା ବେଳେ ଗୋବର୍ଦ୍ଧନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments