ପଦ୍ମପୁର /ରାୟଗଡ,୨୮/୪(ଆଧାର ମିଡ଼ିଆ)ପଦ୍ମପୁର ବ୍ଲକ ସଦଭାବନା ସଭାଗୃହ ରେ ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଧର,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ,ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ କିରନଦୀପ କୌର ସହୋତା, ପଦ୍ମପୁର ବ୍ଲକ ଅଧ୍ୟକ୍ଷା ମଣୀମାଳା ଶବର, ଯୋଗଦେଇ ଅଭିଯୋଗର ଶୁଣାଣୀ କରିଥିଲେ।ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କ ତତ୍ୱାବଧାନ ରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଆଜି ମୋଟ ୧୮ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୧୫ଟି ବ୍ୟକ୍ତିଗତ,୩ଟି ସାମୁହିକ, ତିନୋଟି ସ୍ବାସ୍ଥ୍ୟଗତ ଦରଖାସ୍ତ ପଞ୍ଜିକରଣ ହୋଇଥିଲା।ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ତିରିଶି ହଜାର ଟଙ୍କା,ଜଣଙ୍କୁ ରେଡ଼କ୍ରସରୁ ଦଶ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଜିଲ୍ଲାପାଳ ପ୍ରଦାନ କରିଥିଲେ।ଏହି ଅଭିଯୋଗ ଶିବିରରେ ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ କର, ଜିଲ୍ଲା ପ୍ରାଣିଧନ ଚିକତ୍ସା ଅଧିକାରୀ ଡାକ୍ତର ଦେବରାଜ ନାୟକ, ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଦାମୋଦର ପାଣିଗ୍ରାହୀ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବଶଙ୍କର ଚୌଧୁରୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ,ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଭାରପ୍ରାପ୍ତ ତହସିଲଦାର ଆଡ଼ଲା ସ୍ନେହଲତା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ,ଅବକାରୀ ନିରୀକ୍ଷକ ପ୍ରୀତିଧାରା ନାୟକ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ।ସହକାରି ଜିଲ୍ଲାପାଳ ତଥା ଅଭିଯୋଗ ଶୁଣାଣି ଅଧିକାରୀ ସସ୍ମିତା ପଟ୍ଟନାୟକ, ଅଭିଯୋଗ ଶୁଣାଣି ସହାୟକ ଅଚ୍ୟୁତାନନ୍ଦ ଲିମା ଶିବିର ପରିଚାଳନା କରିଥିବା ବେଳେ ପଦ୍ମପୁର ଥାନା ଅଧିକାରୀ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ।
Recent Comments