logo
add image
ଡେରଙ୍ଗ ଗ୍ରାମ ବାସୀଙ୍କ ପକ୍ଷରୁ ଦୁଇଜଣ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଡେରଙ୍ଗ ଗ୍ରାମ ବାସୀଙ୍କ ପକ୍ଷରୁ ଦୁଇଜଣ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଣିହାଁ,୨୯/୪(ଆଧାର ମିଡ଼ିଆ)ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଡେରଙ୍ଗ ମଝି ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହେଡ଼ ଶିକ୍ଷକ ଭାବେ ରମେଶ ଚନ୍ଦ୍ର ପ୍ରଧାନ ଏବଂ ଶିକ୍ଷୟତ୍ରୀ ସଂଗୀତ ସାହୁ ଙ୍କୁ ଡେରଙ୍ଗ ଗ୍ରାମ ବାସୀଙ୍କ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣା ପଡିଛି।ଛେଣ୍ଡିପଦା ବ୍ଲକ ଚାଙ୍ଗୁଡ଼ିଆ ଗ୍ରାମର ରମେଶ ଚନ୍ଦ୍ର ପ୍ରଧାନ ଏବଂ କଣିହାଁ ବ୍ଲକ ଡେରଙ୍ଗ ଗ୍ରାମର ଶିକ୍ଷୟତ୍ରି ସଂଗୀତା ସାହୁ ଡେରଙ୍ଗ ମଝି ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷା ଦାନ କରୁଥିଲେ ମାର୍ଚ୍ଚ ମାସ ୨0୨୫ରେ ତାଙ୍କର ସରକାରୀ ଚାକିରୀ ରୁ ଅବସର ନେଇଥିବା ବେଳ, ସେହି ସ୍କୂଲର ହେଡ଼ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ , ୨0୨୫ ଏପ୍ରିଲ ୩0 ତାରିଖରେ ଶିକ୍ଷକତା କାଯ୍ୟ କାଳ ଶେଷ ହେଉଥିବାରୁ ଉଭୟ ଶିକ୍ଷକ ଙ୍କୁ ଡେରଙ୍ଗ ଗ୍ରାମ ସଭାପତି ଏବଂ ସମ୍ପାଦକ ସୁଜିତ ସାହୁ, କୋଷାଧକ୍ଷ ଦୀପକ ବେହେରା,ଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ଗ୍ରାମବାସୀ ସ୍କୂଲ ଠାରେ ଏକତ୍ରିତ ହୋଇ ଏକ ବୈଠକ ବସିଥିଲା,ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ ଦୀର୍ଘ ବର୍ଷ ଧରି ଡେରାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନିରଙ୍କୁଶ,ଶିକ୍ଷା ଦାନ କରିବା ସହିତ ଜଣେ ଛାତ୍ର ବତ୍ସଳ ଏବଂ ଛତ୍ର, ଛାତ୍ରୀ ଙ୍କୁ ଉଚ୍ଚ ମାନର ଶିକ୍ଷା ଦାନ କରିଆସି ଥିବାରୁ ଅବସର କାଳୀନ ବୈଠକ ରେ ଗ୍ରାମର ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ।ସାର ଜଣେ ଉଚ୍ଚ କୋଟିର ମଣିଷ ନିଆରା ଢଙ୍ଗରେ ,ସେ ଶିକ୍ଷା ଦାନ କରି କଠିନ କାଯ୍ୟ କୁ ସରଳ ଉପାୟରେ କାଯ୍ୟ ନିର୍ବାହ କରୁଥିଲେ ବୋଲି , ବୈଠକରେ ଗ୍ରାମ ସଭାପତି ପ୍ରଶ୍ନ ନାଏକ ପ୍ରକାଶ କରିଥିଲେ।ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କୁ ସ୍କୂଲ ପକ୍ଷରୁ ଏକ ଅବସର କାଳୀନ ଭୋଜି ଭାତର ଆୟୋଜନ କରାଯାଇ ଥିଲା,ଶେଷରେ ଗ୍ରାମ ବାସୀଙ୍କ ପକ୍ଷରୁ ଉଭୟ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କୁ ଙ୍କୁ ଉତ୍ତରୀ ସହିତ ଫୁଲ ତୋଡ଼ା ଓ ଗିପ୍ଟ ଦେଇ,ବୈଠକ ରେ ଉପସ୍ଥିତ ଅବସର ଶିକ୍ଷକ ମହେଶ୍ୱର ମହାନ୍ତି, ପରମା ନନ୍ଦ ସାହୁଙ୍କ ସହିତ ସେହି ସ୍କୂଲ ର କାର୍ଯ୍ୟରତ ଶିକ୍ଷୟତ୍ରୀ ମିନାକ୍ଷୀ ପ୍ରଧାନ,ରଞ୍ଜିତା ମାଝୀ,ସିମା ସାହୁ ଙ୍କ ସାହିତ ଅନେକ ଶିକ୍ଷକ ସକ୍ଷୟତ୍ରୀ ଛତ୍ର, ଛାତ୍ରୀ ଗ୍ରାମ ବାସୀଙ୍କ ସହିତ ମିସି ଢୁଲ ଦୁଲ ଦୁଲି ଶିଙ୍ଗ ବାଜା ଆତସ ବାଜିରେ ଶତାଧିକ ଲୋକ ଏକ ବିରାଟ ପାଟୁର ରେ ବାହାରି ଡେରଙ୍ଗ ଗ୍ରାମ ପରୀକ୍ରମା କରି ଗ୍ରାମର ଶିବ ମନ୍ଦିର ଠାରେ ପହଞ୍ଚି ବାବା ଧବଳେଶ୍ୱର ଠାକୁର ଙ୍କୁ ଦର୍ଶନ କରି,ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ ଏବଂ ଶିକ୍ଷୟତ୍ରୀ ସଂଗୀତା ସାହୁ ଙ୍କୁ ଗ୍ରାମବାସୀ ଅବସର କାଳୀନ ବିଦାୟ ଜଣାଇଥିଲେ।

Recent Comments

Leave Comments

Top